ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଇଡି ତଦନ୍ତ ଭାର ସମ୍ଭାଳିଥିବା ବେଳେ, ଆଜି ଠାରୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରିବ ଇଡି । ଏହି ରିମାଣ୍ଡ ସମୟରେ ଶ୍ରଦ୍ଧାଞ୍ଜଳି-ଅକ୍ଷୟ ପରିଜା-ପ୍ରମୋଦ ସ୍ଵାଇଁଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି ।
ସୂଚନାଯୋଗ୍ୟ ଯେ, ସୋମବାର ଅର୍ଚ୍ଚନା କୋର୍ଟରୁ ଜେଲ୍ ଯିବା ସମୟରେ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ମୋତେ କିଛି କହିବାକୁ ସୁଯୋଗ ଦିଆଯାଉନାହିଁ । ପୁଲିସ୍ ମୋ ମୁହଁ ବନ୍ଦ କରି କୋର୍ଟ ଚାଲାଣ କରିଛି । ମୁଁ ଚାହୁଁଛି ମାମଲାର ସିବିଆଇ ତଦନ୍ତ ହେଲେ ସବୁ କଥା ବାହାରିବ । ସିବିଆଇକୁ ମୁଁ ସବୁ କଥା କହିବି । ମୋତେ ଏକତରଫା ଭାବେ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।
ସେହିପରି ୧୩ ଘଣ୍ଟା ଜେରା ପରେ ED କାର୍ଯ୍ୟାଳୟରୁ ବାହାରିଥିଲେ ପବିତ୍ର ପାତ୍ର । ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ସତ୍ୟ ବିହାରରେ ଥିବା ଆଲିସାନ ବଙ୍ଗଳାର ନିର୍ମାଣ କାର୍ଯ୍ୟ କରିଥିଲେ ପବିତ୍ର । ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ପବିତ୍ରଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଜାଣିବାକୁ ପାଇଥିଲା ED । ତେଣୁ ପବିତ୍ର ପାତ୍ରଙ୍କୁ ଡାକି ଜେରା କରିଥିଲା । ଅନ୍ୟ ପଟେ ED ମାଗିଥିବା ସମସ୍ତ ତଥ୍ୟ ଦେଇଛି ବୋଲି କହିଛନ୍ତି ପବିତ୍ର ପାତ୍ର ।
