ଭୁବନେଶ୍ୱର,୧୨/୧୨(ସତ୍ୟପାଠ ବ୍ୟୁରୋ): ସୋମବାର ସଂସର ଶୀତକାଳୀନ ଅଧିବେଶନର ଚତୁର୍ଥ ଦିନ, ଲୋକସଭାରେ ଭାରତର ଅର୍ଥବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଯାଇଥିଲା, ଏହାର ଜବାବ୍ରେ ଗୃହର ସ୍ଥିତି ଅଳ୍ପ ଟିକେ ଗରମ ଥିବା ଜଣାପଡୁଥିଲା। ତେଲେଙ୍ଗାନାରୁ କଂଗ୍ରେସ ସାଂସଦ ଥିବା ଅନୁମୁଲା ରେଓ୍ବନ୍ତ ରେଡ୍ଡୀ ପ୍ରଶ୍ନକାଳ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା କଥାକୁ ସମାନାରେ ରଖି ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ।ଏହାର ଜବାବ୍ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଦେଶର ମଜବୁତ ଅର୍ଥବ୍ୟବସ୍ଥାକୁ ଦେଖି କିଛି ଲୋକ ଜଳୁଛନ୍ତି।
ତେଲେଙ୍ଗାନାରୁ କଂଗ୍ରେସ ସାଂସଦ ଥିବା ଅନୁମୂଲା ରେଓ୍ବନ୍ତ ରେଡ୍ଡୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦୧୪ ପୁରାଣର ଏକ ପୁରୁଣା ବିବୃତିକୁ ସାମନାରେ ରଖିଥିଲେ, ଯେଉଁଥିରେ ସେ ତତ୍କାଳିନ କଂଗ୍ରେସ ସରକାରଙ୍କୁ କହିଥିଲେ ଯେ, ଭାରତୀୟ ଟଙ୍କା ଆଇସିୟୁରେ ପଡିଛି, ଦେଶର ଦୁର୍ଭାଗ୍ୟ ଯେ, ଦିଲ୍ଲୀର ସରକାର ଦେଶ କଥା ଚିନ୍ତା କରୁନାହାନ୍ତି। ସେ ଆଗକୁ ଆହୁରି କହିଛନ୍ତି ଯେ, ଆଜି ସରକାରଙ୍କୁ ନିଜ ଚୌକିରେ ବସିବାର ଚିନ୍ତା ରହିଛି। ଟଙ୍କା ହ୍ରାସ ପାଇବାର କୌଣସି ଚିନ୍ତା ନାହିଁ, କୌଣସି ଆକ୍ସନ ପ୍ଲାନ ନାହିଁ। ଯେତେବେଳେ ଡଲାରର ମୂଲ୍ୟ ୬୬ ଟଙ୍କା ଥିଲା, ସେତେବେଳେ ସେ କହିଥିଲେ ଟଙ୍କ ଆଇସିୟୁରେ ରହିଛି, ଏବେ ଟଙ୍କାର ମୂଲ୍ୟ ୮୩,୨୦ ରହିଛି। ସେ କହିଛନ୍ତି ଆଇସିୟୁ ଦେଇ ଦୁଇଟି ସ୍ତାରା ଯାଇଥାଏ। ଗୋଟିଏ ଠିକ୍ ହୋଇ ଘରକୁ ଫେରିବା ଓ ଦ୍ବିତୀୟଟି ଶବାଗାର ଯିବାର। ଏବେ ଯଦି ଟଙ୍କା ୮୩.୨୦ ରହିଛି ତେବେ ଏହାର ଅର୍ଥ ଆମେ ସିଧା ଶବାଗାର ଯାଉଛି।
ଏନେଇ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶ୍ନ ପଚାରିଥିଲେ ଯେ, ଟଙ୍କାକୁ ଶବାଗାରକୁ ଫେରାଇ ଆଣିବା ପାଇଁ କୌଣସି ଆକ୍ସନ ପ୍ଲାନ ରହିଛି କି ? ତେବେ ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ମହାମାରୀ ଓ ଋଷ-ୟୁକ୍ରେନ୍ ଯୁଦ୍ଧ ପରେ ମଧ୍ୟ ଆଜି ଭାରତର ଅର୍ଥନୀତି ଦୃତ ଗତିରେ ବଢୁଥିବା ଅର୍ଥବ୍ୟବସ୍ଥା। କିଛି ଲୋକ ଏହାକୁ ଦେଖି ଜଳୁଛନ୍ତି। ଦୁଃଖ ତ ଏହି କଥାର ଯେ, ଇର୍ଷା କରୁଥିବା ଲୋକ ସଂସଦର ଏହି ଗୃହରେ ଅଛନ୍ତି। ଯେତେବେଳେ ଦେଶ ଆଗକୁ ବଢୁଛି, ଆମକୁ ଗର୍ବ କରିବା ଦରକାର, ପରିହାସ କରିବା ଉଚିତ ନୁହେଁ। ଆମେରିକା ଡଲାରକୁ ଛାଡି ଦେଲେ ଭାରତୀୟ ମୁଦ୍ରା ବିଶ୍ବର ଅନ୍ୟ ସବୁ କରେନ୍ସ ତୁଳନାରେ ମଜବୁତ ରହିଛି। ରିଜର୍ଭ ବ୍ୟାଙ୍କ ବିଦେଶୀ ମୁଦ୍ରା ଭଣ୍ଡାର ବ୍ୟବହାର କରି ଏହାକୁ ଡଲାର ତୁଳନାରେ ଅଧିକ ଦୁର୍ବଳ ହେବାକୁ ରକ୍ଷା କରୁଛନ୍ତି। ଡଲାର ତୁଳନାରେ ଟଙ୍କା ହ୍ରାସ ପାଇବା ଆରମ ଦୁର୍ବଳତା ନୁହେଁ, କାରଣ ଏହି ସମୟରେ ସାରା ଦୁନିଆରେ କରେନ୍ସି ସ୍ଥିତି ଖୁବ୍ ଖରାପ, ସେଭଳି ଟଙ୍କା ଏହା ତୁଳନାରେ ମଜବୁତ ରହିଛି। ରିଜର୍ଭ ବ୍ୟାଙ୍କ ଏହି କଥାର ଧ୍ୟାନ ରଖିଛନ୍ତି, ଡଲାର ତୁଳନାରେ ଭାରତୀୟ କରେନ୍ସି ଅଧିକ ଦୁର୍ବଳ ନହେଉ। ଏହି କଥାର ଆନନ୍ଦ ନେବା ଦରାର, ନା କି ମଜା ଉଡାଇବା ଦରକାର। ଏହାପରେ ଲୋକସଭାରେ ଖୁବ୍ ହଙ୍ଗାମା ହୋଇଥିଲା।
