‘ବିଜେଡି ନୁହେଁ, ନିର୍ବାଚନରେ ବିଜେପି ଡିଲ୍ କରେ’; ସୁଶାନ୍ତ ସିଂ

ଭୁବନେଶ୍ୱର,୧୨/୧୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଗୁଆ ନିର୍ବାଚନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସାରା ପରେ ରାଜ୍ୟ ରାଜନୀତି ପୁଣି ସରଗରମ ହୋଇ ଉଠିଛି। ତେବେ ଏନେଇ ବିଜେଡି ବିଧାୟକ ସୁଶାନ୍ତ ସିଂ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ବିଜେଡି ନୁହେଁ ବିଜେପି ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଛି। ହିମାଚଳ ପ୍ରଦେଶ ହାରିବା ପରେ ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ଆଗୁଆ ନିର୍ବାଚନ ପାଇଁ ଯୋଜନା କରୁଛି ବିଜେପି। ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହୁଏ ତାହେଲେ ଏଠି ମୁଖ୍ୟମନ୍ତ୍ରୀ ଚିନ୍ତା କରିବେ।ଜନସାଧାରଣ ବିଜେଡିକୁ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି। ଆଗୁଆ ନିର୍ବାଚନ ନେଇ ବିଜେଡି କିଛି ଚିନ୍ତା କରୁନାହିଁ। କିନ୍ତୁ ନିର୍ବାଚନ ଯେକୌଣସି ସମୟରେ ହେଲେ ବିଜେଡି ପ୍ରସ୍ତୁତ ଅଛି ବୋଲି ସୁଶାନ୍ତ କହିଛନ୍ତି।

ଅନ୍ୟପଟେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ-ବିଜେଡି ଡିଲ ନେଇ ଆଣିଥିବା ଅଭିଯୋଗ ପ୍ରସଙ୍ଗରେ ସୁଶାନ୍ତ ସିଂ କହିଛନ୍ତି ଯେ, ଆମେ କାହା ସହିତ ଡିଲ କରିନୁ । ଭାରତୀୟ ଜନତା ପାର୍ଟି ନିର୍ବାଚନରେ ଡ଼ିଲ କରେ। ୨୦୧୪ରେ ସେମାନେ (ବିଜେପି) ସତ୍ୟ ଭୂଷଣ ସାହୁଙ୍କ ସହ କଥା ହୋଇ ଭୋଟ ଡାଇଭର୍ଟ କରି ଜିତିଥିଲେ। ବର୍ତ୍ତମାନ ବି ପଦ୍ମପୁରରେ ବିଜେପି ଯେଉଁ ଭୋଟ ପାଇଛି, ସେଥିରେ ବି କଂଗ୍ରେସ ଭୋଟ ରହିଛି। ଉପନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ନେତାଙ୍କ ସହ କଥା ହୋଇ କଂଗ୍ରେସର ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କୁ ବିଜେପି ତାଙ୍କ ଦଳରେ ସାମିଲ କରିଥିଲା। ତାଙ୍କ ମାଧ୍ୟମରେ ବିଜେପି କଂଗ୍ରେସର ଭୋଟକୁ ନେଇଛି ବୋଲି ସୁଶାନ୍ତ ସିଂହ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଧାମନଗରରେ ରାଜୁ ଦାସ ସ୍ୱାଧୀନ ପ୍ରାର୍ଥୀ ହେବା ପରେ ବିଜେପି ସେଠି ବି ତାଙ୍କ ସହିତ ଡିଲ କରିଥିଲା। ଡିଲରେ ବିଜେଡି ବିଶ୍ୱାସ କରେନି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅଛି।

Related Posts