ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ପାଞ୍ଚୋଟି ଦେଶରେ କୋଭିଡ ସଂକ୍ରମଣ ଉଗ୍ର ନେବା ପରେ ରାଜ୍ୟକୁ କେନ୍ଦ୍ରର ଚିଠି । ତେବେ କେନ୍ଦ୍ରର ଚିଠି ଆସିବା ପରେ ତତ୍ପର ହୋଇଉଠିଛନ୍ତି ରାଜ୍ୟ ସରକାର । ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ କରିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେହିପରି ଆକ୍ରାନ୍ତଙ୍କର ଜେନମ ସିକ୍ୟୁଏନସିଂ କରାଯିବ ।ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଜେନମ ସିକ୍ୟୁଏନସିଂ ଏବଂ ସର୍ଭିଲାନ୍ସ କରିବାକୁ ସୁବିଧା ଅଛି । ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢେ ତାପରେ ଅନ୍ୟ ପଦକ୍ଷେପ ନିଆଯିବ । ହକି ବିଶ୍ୱକପରେ ଭିଡକୁ ଦୃଷ୍ଟିରେ ରଖି ସେଠାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯଦି କାହାର ଲକ୍ଷଣ ପ୍ରକାଶ ପାଇଲେ । ତେବେ ସଙ୍ଗେ ସଙ୍ଗେ ତାର ସେଠାରେ ଟେଷ୍ଟ କରିବାର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
