ନ୍ୟୁୟର୍କ, (ସତ୍ୟପାଠବ୍ୟୁରୋ): ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଭାରତର ଦାବିକୁ ପାକିସ୍ତାନ ପୁଣି ଥରେ ବିରୋଧ କରିଛି। ଭାରତର ନାମ ନ ନେଇ, ଜାତିସଂଘରେ ପାକିସ୍ତାନର ରାଷ୍ଟ୍ରଦୂତ ଅସୀମ ଇଫତିକାର ଅହମ୍ମଦ କହିଛନ୍ତି ଯେ, ଇସଲାମାବାଦ ଜାତିସଂଘ ସୁରକ୍ଷା ପରିଷଦରେ ନୂତନ ସ୍ଥାୟୀ ସଦସ୍ୟଙ୍କୁ ସାମିଲ କରିବାକୁ ବିରୋଧ କରେ। ଇଫତିକାର ଅହମ୍ମଦଙ୍କୁ ପାକିସ୍ତାନର ନୂତନ ବୈଦେଶିକ ସଚିବ ଭାବରେ ନିଯୁକ୍ତ କରାଯାଇଛି। ସେ ଆସନ୍ତା ସପ୍ତାହରେ ଏହି ପଦବୀ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ପାକିସ୍ତାନୀ ଖବରକାଗଜ ଡନ୍ ସହ କଥାବାର୍ତ୍ତା କରି ଇଫତିଖାର ଅହମ୍ମଦ କହିଛନ୍ତି, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଶାନ୍ତି ଏବଂ ସୁରକ୍ଷାର ବାତାବରଣ ଏବଂ ସୁରକ୍ଷା ପରିଷଦରେ ସଦସ୍ୟ ରାଷ୍ଟ୍ରଙ୍କ ଏକ ବୃହତ ସଂଖ୍ୟାଗରିଷ୍ଠତାର ବିଶ୍ୱାସକୁ ଦୃଢ଼ କରିଛି ଯେ, ଆମକୁ ଏକ ଅଧିକ ଗଣତାନ୍ତ୍ରିକ, ପ୍ରତିନିଧିତ୍ୱପୂର୍ଣ୍ଣ ଏବଂ ଦାୟିତ୍ୱବାନ ସୁରକ୍ଷା ପରିଷଦର ଆବଶ୍ୟକତା ଅଛି। ସେ କହିଛନ୍ତି, ନୂତନ ସ୍ଥାୟୀ ସଦସ୍ୟ ଯୋଡ଼ିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ। କୌଣସି ନୂତନ ସ୍ଥାୟୀ ସଦସ୍ୟଙ୍କ ସାମିଲ ସମସ୍ୟାକୁ ଆହୁରି ବଢ଼ାଇବ। ଏହି ଗୋଷ୍ଠୀରେ ପାକିସ୍ତାନ ସହିତ ତୁର୍କୀ, ଇଟାଲୀ, କାନାଡା ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଅନ୍ତର୍ଭୁକ୍ତ ଅଛନ୍ତି।