ଭୁବନେଶ୍ୱର,୧/୧(ସତ୍ୟପାଠ ବ୍ୟୁରୋ): ନୂଆ ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼ । ବଢ଼ିଲା ଏଲ୍ପିଜି ସିଲିଣ୍ଡର ଦାମ୍। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦାମ୍ ପୁଣି ଥରେ ବଢ଼ିଛି। ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ୨୫ ଟଙ୍କା ଯାଏଁ ଦର ବୃଦ୍ଧି ହୋଇଛି। ଦର ବୃଦ୍ଧି ପରେ ୧୯ କିଲୋଗ୍ରାମର ବ୍ୟବସାୟିକ ସିଲିଣ୍ଡର ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୧,୭୬୮ ଟଙ୍କା,ମୁମ୍ବାଇରେ ୧,୭୨୧, କୋଲକାତାରେ ୧,୮୭୦ ଟଙ୍କା ଏବଂ ଚେନ୍ନାଇରେ ୧,୯୭୧ ଟଙ୍କାକୁ ବୃଦ୍ଧି ପାଇଛି।
ସେପଟେ ଘରୋଇ ତଥା ୧୫ କିଗ୍ରା ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇନହିଁ।ଯଦିଓ ଗତ ବର୍ଷ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪ ଗୁଣ ବୃଦ୍ଧି କରାଯାଇଥିଲା, କିନ୍ତୁ ଜୁଲାଇ ୨୦୨୨ ପରଠାରୁ କୌଣସି ପରିବର୍ତ୍ତନ ହୋଇନାହିଁ।





