ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ଆସନ୍ତା ଜାନୁୟାରୀ ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ହକି ବିଶ୍ୱକପ୍। ଏଥିପାଇଁ ବିଭିନ୍ନ ସ୍ତରରେ ସବୁ ପ୍ରକାରର ବନ୍ଦୋବସ୍ତ କରାଯାଉଛି । ଏହି କ୍ରମରେ ପୁଲିସ କମିସନରେଟ୍ ପକ୍ଷରୁ ଜାରି ହୋଇଛି ଏକ ହେଲ୍ପ ଲାଇନ୍ ନମ୍ବର। ଏହି ନମ୍ବରଟି ହେଲା ୭୩୭୭୭୭୦୦୭୦।
ହକି ବିଶ୍ବକପ୍ କୁ ନେଇ ସମସ୍ତ ତଥ୍ୟ ଏହି ନମ୍ବରରେ ଥିବା ହ୍ବାଟ୍ସଆପ୍ ମେସେଞ୍ଜରରୁ ମିଳିପାରିବ। ଲୋକେ ଟିକେଟ, ଟ୍ରାଫିକ,ପାର୍କିଙ୍ଗ,ସ୍କୋର, ଷ୍ଟାଡିୟମ ଲେଆଉଟ ଇତ୍ୟାଦି ସମ୍ପର୍କରେ ଜାଣିବାକୁ ଏହି ନମ୍ବରରେ ମେସେଜ କରିପାରିବେ। ହକି ବିଶ୍ବକପ୍କୁ ନେଇ କୌଣସି ସୂଚନା ପାଇବାକୁ ଚାହିଁଲେ ୭୩୭୭୭୭୦୦୭୦ ହ୍ବାଟ୍ସଆପ୍ ନମ୍ବରରେ ମେସେଜ କରି ଏହି ସମସ୍ତ ତଥ୍ୟ ହାସଲ କରାଯାଇ ପାରିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି।





