ଭୁବନେଶ୍ଵର,୫/୧(ସତ୍ୟପାଠ ବ୍ୟୁରୋ): ରାଜ୍ୟର ଅନ୍ୟତମ ଖ୍ୟାତିନାମା ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) ଜୁନିୟର କଲେଜରେ ଯୁକ୍ତ ୨ ଛାତ୍ରକୁ ମାଡ଼ମାରିବା ଘଟଣାରେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ଘଟଣାରେ କଲେଜ କର୍ତ୍ତୃପକ୍ଷ ୪ ଜଣ ଛାତ୍ରଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ଛାତ୍ରମାନେ ହେଲେ ପ୍ରିୟରଂଜନ ଭୋଇ (ରୋଲ ନମ୍ବର ଆଇଏ୨୧-୫୧୪), ସୂର୍ଯ୍ୟକାନ୍ତ ସେଠୀ (ରୋଲ ନମ୍ବର ଆଇଏ୨୧-୨୪୯), ଚିନ୍ମୟ ବେହେରା (ରୋଲ ନମ୍ବର ଆଇଏ୨୧-୫୫୦) ଓ ବିକାଶ କୁମାର ଦାସ (ରୋଲ ନମ୍ବର ଆଇଏ୨୨-୨୦୮)।

ଉପରୋକ୍ତ ୪ ଜଣ ଛାତ୍ରଙ୍କ ନିଲମ୍ବନ ନେଇ ବିଜେବି କଲେଜ ପରିସରରେ ନୋଟିସ ଲାଗିଛି। ପୂର୍ବରୁ ୪ ଜଣଙ୍କୁ ଗିରଫ ନେଇ ପୁଲିସ ଘୋଷଣା କରିଥିଲା। ଗିରଫ ମାନଙ୍କ ମଧ୍ୟରେ ୩ ସାବାଳକ ଓ ଜଣେ ନାବାଳକ ରହିଛନ୍ତି । ପ୍ରେମ ସମ୍ପର୍କକୁ ନେଇ ବୁଧବାର ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ବିଜେବି କଲେଜରେ ଯୁକ୍ତ ୨ ଛାତ୍ରକୁ ମାଡ଼ମାରିବା ଘଟଣାରେ ସଂପୃକ୍ତ ୪ ଛାତ୍ରଙ୍କୁ କ୍ୟାମ୍ପସ ମନା କରାଯାଇଛି। ମାର୍‌ପିଟ୍‌ ଘଟଣା ସହିତ ଜଡ଼ିତ ୪ ଛାତ୍ରଙ୍କ ଉପରେ ପ୍ରତିବନ୍ଧକ ଲାଗିଛି। ପରୀକ୍ଷା ଶେଷ ହେବା ଯାଏଁ ସଂପୃକ୍ତ ୪ ଛାତ୍ର କଲେଜ ଆସିପାରିବେନାହିଁ।