ଭୁବନେଶ୍ୱର,୨୨/୧(ସତ୍ୟପାଠ ବ୍ୟୁରୋ): ଖ୍ୟାତନାମା ଲେଖକ କେ.ଏସ୍ ଭଗବାନଙ୍କ ବିବାଦୀୟ ବୟାନ। ‘ବାଲ୍ମିକୀ ରାମାୟଣ’ରେ କୁହାଯାଛି ଯେ ଭଗବାନ ରାମ ପ୍ରତିଦିନ ଅପରାହ୍ନରେ ତାଙ୍କ ପତ୍ନୀ ସୀତାଙ୍କ ସହ ବସି ମଦ୍ୟପାନ କରିଥିଲେ। ଗତ ଶୁକ୍ରବାର (ଜାନୁଆରୀ ୨୦)ରେ କର୍ଣ୍ଣାଟକର ମାଣ୍ଡିଆରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଏହି ବିଶିଷ୍ଟ ଲେଖକ ଜଣଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାପରେ ସୋଶିଆଲ ମିଡିଆରେ ଏହାକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି।
କେ.ଏସ ଭଗବାନ କହିଛନ୍ତି, ଅପରାହ୍ନରେ ରାମଙ୍କର ମୁଖ୍ୟ କାର୍ଯ୍ୟକଳାପ ସୀତାଙ୍କ ସହ ବସି ମଦ ପିଇବା ଥିଲା। ମୁଁ ଏହା କହୁ ନାହିଁ ବରଂ ଯେଉଁସବୁ ତଥ୍ୟ ରହିଛି ତାକୁ ସେ ଜାଣିବା ପରେ ଏପରି କହିଛନ୍ତି ବୋଲି କହିଛନ୍ତି।
ତେବେ ଭଗବାନ ରାମଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ଏହା ପ୍ରଥମ ଘଟଣା ନୁହେଁ। ୨୦୧୯ରେ ସଂପୃକ୍ତ ଲେଖକ ଜଣଙ୍କ ଏହିପରି ଏକ ଟିପ୍ପଣୀ କରି ବିବାଦର ସମ୍ମୁଖୀନ ହୋଇଥିଲେ। ସେତେବେଳେ ସେ କହିଥିଲେ ‘ବାଲ୍ମିକୀ ରାମାୟଣ’ଙ୍କ ଅନୁଯାୟୀ ପ୍ରଭୁ ରାମ ‘ନିଶା’ ସେବନ କରୁଥିଲେ ଏବଂ ସୀତା ମଧ୍ୟ ନିଶା ସେବନ କରୁଥିଲେ। ସେ ତାଙ୍କ ପୁସ୍ତକ ‘ରାମ ମନ୍ଦିର ୟେକେ ବେଡା’ ନାମରେ ଲେଖିଥିବା ବହିରେ ସେ ଏପରି ମନ୍ତବ୍ୟ ଦେଇଛନ୍ତି।
ଏହା ପରେ କେତେକ ହିନ୍ଦୁ ସଂଗଠନ କେ.ଏସ୍ ଭଗବାନଙ୍କ ମନ୍ତବ୍ୟକୁ ଦୃଢ଼ ବିରୋଧ କରିଥିଲେ ଏବଂ ଲେଖକଙ୍କ ବାସଭବନ ବାହାରେ ଏକ ‘ପୂଜା’ର ଆୟୋଜନ କରିବାକୁ ଚେଷ୍ଟା କରିଥିଲେ। ହେଲେ ସରକାର ଏହାକୁ ନେଇ ସତର୍କ ହୋଇଥିଲେ ଏବଂ ଲେଖକଙ୍କ ଘର ବାହାରେ ସୁରକ୍ଷା କର୍ମୀ ନିୟୋଜିତ କରିଥିଲେ।





