ଭୁବନେଶ୍ୱର,୨୮/୧(ସତ୍ୟପାଠ ବ୍ୟୁରୋ): କଟକ ଆଡ଼ହକ ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ମାମଲାରେ ଦୁଇ ଅଭିଯୁକ୍ତ ବ୍ରଜ କିଶୋର ଶତପଥି ଓ ନିମାଇଁ ମଣ୍ଡଳ ଦୋଷୀ ସାବ୍ୟସ୍ତ ହେବାପରେ ଉଭୟଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଜେଲଦଣ୍ଡ ସହିତ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ। ଜରିମାନା ଅନାଦେୟ ଅଧିକ ୬-ମାସ ଜେଲଦଣ୍ଡ। ଏହାସହିତ ପୀଡିତାକୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ଦିଆଯିବ।
ସୂଚନା ଅନୁସାରେ, ୨୦୧୯ ମସିହାରେ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଜଣେ ମନ୍ଦିର ପୂଜକ ଓ ଅନ୍ୟ ଜଣେ ପାନ ଦୋକାନୀ ନାବାଳିକା ସହିତ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ୧୮ ଜଣ ସାକ୍ଷୀ ୩୬ ଟି ତଥ୍ୟପ୍ରମାଣ ଆଧାରରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ଆଡ଼ହକ ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟ।
