ରାଉରକେଲା, (ସତ୍ୟପାଠବ୍ୟୁରୋ): ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ନୟାବଜାରରୁ ହିରୋଇନ୍ ଜବତ କରିବା ସହିତ ଜଣକୁ ଗିରଫ କରାଯାଇଛି। ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୧୫ ଗ୍ରାମ୍ ହିରୋଇନ୍ ଜବତ କରିଛି। ଏହା ସହ ସେକ୍ଟର ୩ ବଲାଙ୍ଗୀର ବସ୍ତିର ପିଣ୍ଟୁ ନାଗ (୩୨) କୁ ପୋଲିସ ଗିରଫ କରିଛି। ପ୍ଲାଣ୍ଟ ସାଇଟ୍ ଥାନାରେ କେସ ନଂ ୧୦୧୦/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ଅଭିଯୁକ୍ତକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।