ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ):ନିସନ୍ତାନ ଦମ୍ପତିଙ୍କୁ ପିଲା କାରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକିଥିବା ଜଣେ ଭଣ୍ଡ ବାବାଙ୍କୁ କଟକ ବାଦାମବାଡ଼ି ଥାନା ପୋଲିସ ଗିରଫ କରିଛି । ଗିରଫ ଭଣ୍ଡ ବାବା ଜଣକ ହେଲେ ସିଦ୍ଧେଶ୍ୱର ସାମନ୍ତରାୟ ।

ମିଳିଥିଲା ସୂଚନା ଅନୁସାରେ ବାଦାମବାଡ଼ି ଥାନା ଅନ୍ତର୍ଗତ ଲୁଣିଆ ସାହିରେ ରହୁଥିବା ସଂଗ୍ରାମ ଦାସଙ୍କର ବିବାହର ଦୀର୍ଘ ଦିନ ପରେ ସେମାନଙ୍କ ସନ୍ତାନ ହେଉ ନ ଥିଲା । ଏହା ମଧ୍ୟରେ ଗତ ବର୍ଷ ସଂଗ୍ରାମ ଯାଜପୁର ଅଞ୍ଚଳର ସିଦ୍ଧେଶ୍ୱର ସାମନ୍ତରାୟଙ୍କ ସହିତ ଦେଖା ହୋଇଥିଲେ। ସେ ଜଣେ ଗୁଣିଆ ଓ ସାଧକ ହୋଇଥିବାରୁ ପୂଜା ପାଠ କଲେ ସଂଗ୍ରାମଙ୍କୁ ସନ୍ତାନ ଲାଭ ହେବ ବୋଲି ଦାବି କରିଥିଲେ। ଏଥିରେ ରାଜି ହୋଇ ସଂଗ୍ରାମ ପୂଜା ପାଠ ଏକାଧିକବାର କରିଥିଲେ।

ଏହି ସହିତ ପ୍ରାୟ ୨ ଲକ୍ଷ୍ ୯୦ ହଜାର ଟଙ୍କା ସିଦ୍ଧେଶ୍ୱରଙ୍କୁ ଦେଇଥିଲେ। ଏକାଧିକ କିସ୍ତିରେ ସେ ଏହି ଟଙ୍କା ଦେଇଥିଲେ। ମାତ୍ର ବର୍ଷ ପରେବି ପିଲା ଛୁଆ ହୋଇନଥିଲା। ଏଭଳି ସ୍ଥିତିରେ ସଂଗ୍ରାମ ବାଦାମବାଡ଼ି ଥାନାରେ ଏତଲା ଦେଇଥିଲେ। ପୋଲିସ ସୋମବାର ଅଭିଯୁକ୍ତ ସିଦ୍ଧାର୍ଥଙ୍କୁ କଟକ ଡାକି ଗିରଫ କରିଛି। ତାଙ୍କ ନିକଟରୁ ବହୁ ଠାକୁର ମୂର୍ତ୍ତି ଜବତ ହୋଇଛି।