ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି (ଆଇଟିଆର)ରେ ଚାକିରି କରି, ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିଲେ। ଏହି ଅଭିଯୋଗରେ ଆଇଟିଆରରେ କାର୍ଯ୍ୟରତ ଜଣେ ବରିଷ୍ଠ ଟେକ୍ନିକାଲ୍ ଅଫିସରଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ଏନେଇ ପୂର୍ବାଞ୍ଚଳ ଆଇ ଜି ହିମାଂଶୁ ଲାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ହନି ଟ୍ରାପରେ ଫସି ସେ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ । ଅଶ୍ଳୀଳ ଭିଡିଓ ଦେଇ ପାକିସ୍ତାନୀ ଏଜେଣ୍ଟ ତଥ୍ୟ ହାସଲ କରିଥିଲେ । ତେବେ ଏହି ଘଟଣାରେ ଆଉ କେତେକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରିଛି ।
ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୋବାଇଲକୁ ଜବତ କରିଛି ପୋଲିସ । ଘଟଣାରେ ତଦନ୍ତ ଜାରି ରହିଥିବା କହିଛନ୍ତି ପୂର୍ବାଞ୍ଚଳ ଆଇଜି ହିଂମାଶୁ ଲାଲ୍ । ୨୦୨୧ରେ ବି ସମାନ ଧରଣର ଘଟଣା ଘଟିଥିଲା । ସେତେବେଳେ ହନି ଟ୍ରାପରେ ୫ ଜଣ କର୍ମଚାରୀ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।
ଅଭିଯୁକ୍ତଙ୍କ ବିରୋଧରେ ୧୨୦ (ଏ), ୧୨୦ (ବି) ଆଦି ଦଫା ଲାଗିଛି । ପାକିସ୍ତାନର ରାହୁଲ ପିଣ୍ଡି ସହ ଯୋଗାଯୋଗ କରି ବରିଷ୍ଠ ଅଧିକାରୀଙ୍କ ଜଣଙ୍କ ତଥ୍ୟ ଦେଇଛନ୍ତି । ୨୦୨୧ ସେପ୍ଟେମ୍ବରରେ ମଧ୍ୟ ସମାନ ଧରଣର ଘଟଣା ଘଟିଥିଲା । ସେତେବେଳେ ଅସ୍ଥାୟୀ କର୍ମଚାରୀ ଗିରଫ ହୋଇଥିଲେ । ଏଥରକ ସଂସ୍ଥାର ବଡ଼ ଅଧିକାରୀ ଧରା ପଡ଼ିଛନ୍ତି । ପ୍ରାୟ ବର୍ଷେ ଧରି ଅଧିକାରୀ ଜଣଙ୍କ ହନିଟ୍ରାପରେ ଫସି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ତଥ୍ୟ ପାକିସ୍ତାନକୁ ପ୍ରଦାନ କରୁଥିଲେ ବୋଲି ଜଣାପଡ଼ିଛି ।
