ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରୁପ୍ପା

ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ ୟେଦୁରୁପ୍ପା ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ସେ ଆଜି କର୍ଣ୍ଣାଟକ ବିଧାନସଭାରେ ତାଙ୍କର ଶେଷ ଭାଷଣ ଦେଇଥିଲେ। ଏହି ଅବସରରେ ୟେଦୁରୁପ୍ପା କହିଛନ୍ତି ଯେ, ‘ମୁଁ ସକ୍ରିୟ ରାଜନୀତିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି, କିନ୍ତୁ ବିଜେପିକୁ ଜିତାଇବା ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାର୍ଯ୍ୟ କରିବି।ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି ବିଜେପିକୁ କ୍ଷମତାକୁ ଫେରାଇ ଆଣିବା ଏବଂ ମୁଁ ନିଶ୍ଚିତ ଯେ ଏହା ହେବ।’

ସୂଚନାଯୋଗ୍ୟ ଯେ, ଆଜି କର୍ଣ୍ଣାଟକ ବିଧାନସଭାର ବଜେଟ୍ ଅଧିବେଶନର ଶେଷ ଦିନ ଥିଲା। ଏହାପୂର୍ବରୁ ବୁଧବାର ଦିନ ୟେଦୁରୁପ୍ପା କହିଥିଲେ ଯେ ମୁଁ ପୂର୍ବରୁ ଘୋଷଣା କରିସାରିଛି ଯେ ମୁଁ ଆଉ ଏଥର ନିର୍ବାଚନ ରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ, କିନ୍ତୁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଦଳର ସଫଳତା ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିବି।

ୟେଦୁରୁପ୍ପା ତାଙ୍କ ବିଦାୟ ଅଭିଭାଷଣରେ କହିଛନ୍ତି ଯେ, ଅନେକ ଥର ବିରୋଧୀଦଳ ମନ୍ତବ୍ୟ ଦେଇଛନ୍ତି ଯେ ବିଜେପି ମୋତେ ଅଲଗା କରିଦେଇଛି, କିନ୍ତୁ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୋତେ ଚାରି ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲା । ଏତେ ସୁଯୋଗ ଆଉ କୌଣସି ନେତାଙ୍କୁ ଦିଆଯାଇ ନାହିଁ। ମୁଁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବିଏସ ୟେଦୁରୁପ୍ପାଙ୍କ ବିଦାୟ ଅଭିଭାଷଣକୁ ପ୍ରଶଂସା କରି କହିଛନ୍ତି ଯେ ଏହା ଦଳର ନୈତିକତାକୁ ପ୍ରତିଫଳିତ କରିଛି। ଏହା ଆମ ଦଳର ନୈତିକତାକୁ ଦର୍ଶାଏ | ଏହା ନିଶ୍ଚିତ ଭାବରେ ଅନ୍ୟ ଦଳର କର୍ମୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ। ଉଲ୍ଲେଖ ଥାଉ କି ବିଏସ୍ ୟେଦୁରୁପ୍ପା ୧୯୮୮ ରେ କର୍ଣ୍ଣାଟକ ବିଜେପି ସଭାପତି ହୋଇଥିଲେ। ସେ ପ୍ରଥମଥର ୧୯୮୩ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେବେଠାରୁ ଶିକାରିପୁରା ନିର୍ବାଚନମଣ୍ଡଳୀକୁ ୬ଥର ନିର୍ବାଚିତ ହୋଇଥିଲେ ।

Related Posts