ଭୁବନେଶ୍ୱର,୨୪/୨(ସତ୍ୟପାଠ ବ୍ୟୁରୋ): ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ କରିଛନ୍ତି। ଏହି ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ସଫଳତା ବଖାଣିଛନ୍ତି ଅର୍ଥମନ୍ତ୍ରୀ। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶା ମିଳିତ ଜାତିସଂଘ ଦ୍ଵାରା ପ୍ରଶଂସିତ ହୋଇଛି। ରାଜ୍ୟ କୋଭିଡ୍ ମୁକାବିଲାରେ ବିଶ୍ଵସନୀୟ ସଫଳତା ହାସଲ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପୂର୍ବବର୍ଷ ତୁଳନାରେ ଏହି ବଜେଟରେ ୧୫ ପ୍ରତିଶତ ଅଧିକ ବ୍ୟୟବରାଦ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
କେଉଁ ବିଭାଗ ପାଇଁ କେତେ ବ୍ୟୟ ବରାଦ
•୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ୍ ୨ ଲକ୍ଷ ୩୦ ହଜାର କୋଟିର ବଜେଟ୍ ଉପସ୍ଥାପନ ହୋଇଛି।
•୨୦୨୩-୨୪ ଆର୍ଥିକ ବର୍ଷରେ କୃଷି କ୍ଷେତ୍ର ପାଇଁ ୨୪,୮୨୯ କୋଟି ଟଙ୍କା ବ୍ୟବବରାଦ କରାଯାଇଛି।
•ସ୍ଵାସ୍ଥ୍ୟ ବିଭାଗ ପାଇଁ ୧୬,୦୪୮ କୋଟି ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଛି।
•ପାଇପ୍ ଜଳ ଯୋଗାଣ ପାଇଁ ୧୩, ୨୧୫ କୋଟି ବ୍ୟୟବରାଦ କରାଯାଇଛି।
•ରାସ୍ତା, ବ୍ରିଜ, ରେଳ ଏବଂ ବିମାନବନ୍ଦର ବିକାଶ ପାଇଁ ୧୯,୪୫୨ କୋଟି ବ୍ୟୟବରାଦ କରାଯାଇଛି।
•ସହରାଞ୍ଚଳ ବିକାଶ ପାଇଁ ୭,୯୧୯ କୋଟିର ବ୍ୟୟବରାଦ କରାଯାଇଛି।
•ମିଶନ ଶକ୍ତି, ମହିଳା ଏବଂ ଶିଶୁକଲ୍ୟାଣ ପାଇଁ ୬,୨୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
•ଶିଳ୍ପ ଏବଂ ଏମଏସଏମଇ ପାଇଁ ୧୩୫୮ କୋଟିର ବ୍ୟୟ ବରାଦ କରାଯାଇଛି।
•ବିପର୍ଯ୍ୟୟ ପରିଚାଳନ ପାଇଁ ବଜେଟ୍ରେ ୩୭୦୦ କୋଟି ବ୍ୟୟ ବରାଦ କରାଯାଇଛି।
•ଶିକ୍ଷା ଏବଂ ଦକ୍ଷତା ବିକାଶ ପାଇଁ ୩୦,୦୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
•ଏସସି/ଏସଟି କଲ୍ୟାଣ ପାଇଁ ବଜେଟ୍ରେ ୩୮ ହଜାର ୪୩୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
•ପର୍ଯ୍ୟଟନ ପାଇଁ ୬୮୦ କୋଟି ଏବଂ କ୍ରୀଡା ପାଇଁ ୧୨୧୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
•ଇ ଏବଂ ଆଇଟି ପାଇଁ ୩୫୬ କୋଟି, ହସ୍ତତନ୍ତ ବୟନଶିଳ୍ପ ପାଇଁ ୨୧୯ କୋଟି କୋଟି ବ୍ୟୟ ବରାଦ କରାଯାଇଛି।
•ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ୮୧୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
