ବଦଳିବ କେଜ୍ରିଓ୍ବାଲଙ୍କ ମନ୍ତ୍ରୀମଣ୍ଡଳ; କ୍ୟାବିନେଟରେ ସାମିଲ ହେବେ ସୌରଭ ଭରଦ୍ବାଜ ଓ ଆତିଶି ମାର୍ଲେନା

ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ଗତକାଲି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା ପରେ କେଜ୍ରିଓ୍ବାଲ ସରକାରଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ହେବ। କ୍ୟାବିନେଟରେ ନୂଆ ମୁହଁ ସାମିଲ ହେବେ । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୨ଜଣଙ୍କ ବିଧାୟକଙ୍କ ନାଁ ଉପ-ରାଜ୍ୟପାଳଙ୍କୁ ନିକଟଙ୍କୁ ପଠାଇଛନ୍ତି ।

ସୂଚନା ଅନୁଯାୟୀ ଦିଲ୍ଲୀ ସରକାରଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର ହେବ । ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଇସ୍ତଫା ଦେବା ପରେ କ୍ୟାବିନେଟ୍ ଅଦଳବଦଳ ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବିଧାୟକ ସୌରଭ ଭରଦ୍ବାଜ ଓ ଆତିଶି ମାର୍ଲେନା । ମନ୍ତ୍ରିମଣ୍ଡଳ ନୂଆ ତାଲିକା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ, ଉପ-ରାଜ୍ୟପାଳ ଭିକେ ସାକ୍‌ସେନାଙ୍କ ନିକଟକୁ ପଠାଇଛନ୍ତି । ଏଲଜିଙ୍କ ମଞ୍ଜୁରୀ ପରେ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ହେବ।

ଦକ୍ଷିଣ ଦିଲ୍ଲୀର କାଲକାଜି ଆସନକୁ ବିଧାୟକ ଅଛନ୍ତି ଆତିଶି ମାର୍ଲେନ । ସେ ମନୀଷ ସିସୋଦିଆଙ୍କ ସହିତ ଶିକ୍ଷା କ୍ଷେତ୍ରରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ଦିଲ୍ଲୀରେ ସରକାରୀ ଶିକ୍ଷା କେଜ୍ରିଓ୍ବାଲ ସରକାରଙ୍କ ସବୁଠାରୁ ବଡ଼ ସଫଳତା । ଏହି ଲୋକାଭିମୁଖୀ କାର୍ଯ୍ୟରେ ଆତିଶିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆତିଶି ମାର୍ଲେନାଙ୍କୁ ମନ୍ତ୍ରୀ ପଦ ମିଳିଲେ, ଦିଲ୍ଲୀ ଆପ୍ ସରକାରରେ ଆତିଶି ପ୍ରଥମ ମହିଳା ହେବେ । ଆତିଶି ମାର୍ଲେନ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିଶ୍ବସ୍ତ ବୋଲି କୁହାଯାଉଛି ।

ସେହିପରି ସୌରଭ ଭରଦ୍ବାଜ ଆପ୍ ସରକାରଙ୍କ ପ୍ରଥମ ପାଳିରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ଗ୍ରେଟର କୈଳାଶ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ଅଛନ୍ତି । ସୌରଭ ଭରଦ୍ବାଜ ଆପ୍ ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଗୁରୁଦାୟିତ୍ବ ତୁଲାଇଛନ୍ତି । ରାଜନୀତି କ୍ଷେତ୍ରରେ ସୌରଭଙ୍କ ଅନୁଭବ ରହିଛି । ଦିଲ୍ଲୀରେ ୨୪ଘଣ୍ଟା ପାନୀୟଜଳ ଓ ଯମୁନା ସଫାଇ ଯୋଜନାରେ ସଫଳତାପୂର୍ବକ କାମ କରିଛନ୍ତି ।

Related Posts