ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ବିଫଳ ହେଲା ସର୍ବଦଳୀୟ ବୈଠକ। ଗୃହରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ମଧ୍ୟରେ ଶେଷ ହେଲା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ । ଆସନ୍ତା ୧୦ ଯାଏଁ ଗୃହ ମୂଲତବୀ। ବିରୋଧୀଙ୍କ ହୋହାଲ୍ଲା ମଧ୍ୟରେ ଆଜି ସାଧାରଣ ବଜେଟରେ ଆଲୋଚନା ଶେଷ ହୋଇଛି । ଏହାପରେ ଆସନ୍ତା ୧୦ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶାସନ କରୁଛି କିଏ ?ପୋଲିସ କୁ ଗୁଣ୍ଡା ସଜାଇଛି କିଏ ? ଏଭଳି ବିଭିନ୍ନ ଦାବି କରି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲା ବିଜେପି । ଫୋଡ଼ିୟମ ନିକଟରେ ହଙ୍ଗାମା କରିଥିଲେ ବିଜେପି ସଦସ୍ୟ । ଏହାପରେ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ତେବେ ସର୍ବଦଳୀୟ ବୈଠକରେ କିଛି ନିଷ୍କର୍ସ ନବାହାରିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ ।





