ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଆକ୍ରମଣର ପ୍ରତିବାଦରେ ଭୁବନେଶ୍ୱରର ୩ ଥାନାରେ ଏତଲା ଦେଲା ବିଜେପି

ଭୁବନେଶ୍ୱର,୩/୩(ସତ୍ୟପାଠ ବ୍ୟୁରୋ): ବିଧାନସଭା ଘେରାଉ ସମୟରେ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଆକ୍ରମଣର ପ୍ରତିବାଦରେ ଆଜି ରାଜ୍ୟର ବିଭିନ୍ନ ଥାନାରେ ଡିଜିପି, ଭୁବନେଶ୍ୱର ଡିସିପି ଓ ଟ୍ୱିନସିଟି କମିଶନରଙ୍କ ନାଁରେ ବିଜେପି ପକ୍ଷରୁ ଏତଲା ଦିଆଯାଉଛି। ଏହି କ୍ରମରେ ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କ ବିରୋଧରେ ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ଭୁବନେଶ୍ୱରରେ ତିନିଟି ଥାନାରେ ଏତଲା ଦିଆଯାଇଛି। ଆଜି ବହୁସଂଖ୍ୟକ ବିଜେପି କର୍ମୀ ଶୋଭାଯାତ୍ରାରେ ଆସି ରାଜଧାନୀର ଖାରବେଳ ନଗର, ଚନ୍ଦ୍ରଶେଖରପୁର ଓ ଏୟାରଫିଲ୍ଡ ଥାନାରେ ଏତଲାଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖରେ ଯୁବମୋର୍ଚ୍ଚାର ଆନ୍ଦୋଳନକୁ ରାଜ୍ୟ ସରକାର ଯେଉଁ ଭଳି ଷଡଯନ୍ତ୍ର କରି ଆକ୍ରୋଶମୂଳକ ଭାବେ ଯୁବକମାନଙ୍କ ସ୍ୱରକୁ ଦମନ କରିବା ପାଇଁ ପ୍ରୟାସ କରିଛନ୍ତି ତାହା ଓଡିଶା ଇତିହାସରେ ପ୍ରଥମ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ଏହାର ପ୍ରତିବାଦରେ ବିଜେପି ତରଫରୁ ରାଜ୍ୟର ସମସ୍ତ ଥାନାରେ ପୁଲିସ ଡିଜି, ଭୁବନେଶ୍ୱର-କଟକ ପୁଲିସ କମିସନର ଏବଂ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦିଆଯିବ ବୋଲି ସେ ଗତକାଲି ସୂଚନା ଦେଇଥିଲେ।

Related Posts