ଭୁବନେଶ୍ୱର ସ୍ଥାନାନ୍ତର ହେଲା ପାରାଦୀପ ସମୁଦ୍ରରୁ ଉଦ୍ଧାର ହୋଇଥିବା ସନ୍ଦିଗ୍ଧ ପାରା, ଫୋରେନସିକ୍ ଲ୍ୟାବ୍‌ରେ ହେବ କ୍ୟାମେରା ଓ ଚିପ୍‌ର ଟେଷ୍ଟିଂ

ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ଗତକାଲି ପାରାଦୀପ ସମୁଦ୍ରରୁ ଉଦ୍ଧାର ହୋଇଥିବା ସନ୍ଦିଗ୍ଧ ପାରାକୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ବର ରସୁଲଗଡ ସ୍ଥିତ ଷ୍ଟେଟ୍ ଫୋରେନସିକ୍ ଲାବକୁ ପାରାକୁ ଅଣାଯାଇଥିବା ସୂଚନା ମିଳିଛି । ପାରା ସହ ଗୋଡରେ ଲାଗିଥିବା କ୍ୟାମେରା ମଧ୍ୟ ଅଣାଯାଇଛି। ଫୋରେନସିକ୍ ଲାବରେ ଯାଞ୍ଚ ପରେ ସମସ୍ତ ତଥ୍ୟ ଜଣାପଡିବ। ଏ ନେଇ ପାରାଦୀପ ମେରାଇନ୍ ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ପାରାଦୀପ ସମୁଦ୍ର ଭିତରୁ ସନ୍ଦେହଜନକ ଅବସ୍ଥାରେ ପାରା ଉଦ୍ଧାର ହୋଇଥିଲା । ପାରା ଗୋଡ଼ରେ କ୍ୟାମେରା ଓ ଚିପ୍ ଲାଗିଥିବା ବେଳେ ପାରାଟି ଉଦ୍ଧାର ହୋଇଥିଲା। ସେହିଭଳି ପାରାର ଡେଣା ରେ ବିଦେଶୀ ଭାଷାରେ କିଛି ଲେଖାଥିବା ସୂଚନା ଥିବାବେଳେ ପାରାଦୀପରୁ କିଛି ମାଇଲ ଦୂରରେ ସମୁଦ୍ର ମଧ୍ୟରେ ଏହାକୁ ଏକ ମାଛ ଧରା ଟ୍ରଲର ଠାବ କରିଥିଲା । ପରେ ପାରାକୁ ପାରାଦୀପ ମେରାଇନ୍ ଥାନାକୁ ହସ୍ତାନ୍ତର କରାଯାଇଥିଲା।

Related Posts