ଭୁବନେଶ୍ଵର,୯/୩(ସତ୍ୟପାଠ ବ୍ୟୁରୋ): ନବ ଦାସ ହତ୍ୟା ଘଟଣାକୁ ନେଇ ଆଜି ପୁଣି ସରକାର ଓ କ୍ରାଇମବ୍ରାଞ୍ଚ କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସେ କହିଛନ୍ତି, ତଦନ୍ତ ବେଳେ ଗୋପାଳଠୁ ଏକ ଡାଏରୀ ମିଳିଥିଲା ବୋଲି ପୋଲିସ କହିଥିଲା । ନବ ଦାସ ହତ୍ୟାକାଣ୍ଡରେ ଏହି ଡ଼ାଏରୀ ଥିଓରି ସନ୍ଦେହ ଅଧିକ ଘନୀଭୂତ କରୁଛି । ଗୋପାଳ ଏତେ ବଡ଼ ଲୋକ ନୁହେଁ ଯେ ସେ ଡାଏରୀ ଲେଖିବ । ଗୋପାଳ ଜରିଆରେ ଏବେ ଡାଏରୀରେ ଲେଖି ନବ ଦାସ ହତ୍ୟାକାଣ୍ଡକୁ ଚପେଇବାକୁ ଉଦ୍ୟମ ହେଉଛି । ସେଥିରେ ନବଙ୍କ ଚରିତ୍ର, ଗୋପାଳର ରାଗ ଉପରେ ଲେଖାଇ ଦେବେ। ଏହାପରେ ହତ୍ୟା ପଛରେ ବ୍ୟକ୍ତିଗତ କାରଣ ଦର୍ଶାଇ ଏହାକୁ ଚପାଇ ଦେବେ। ସରକାର ମୁଦାଲାକୁ ବଞ୍ଚେଇବାକୁ ଉଦ୍ୟମ କରୁଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ନବ ଦାସ ହତ୍ୟାକାଣ୍ଡରେ ବଡ଼ ଷଡ଼ଯନ୍ତ୍ର ରହିଛି ।
ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ନେଇ ଆମେ ଯେଉଁ ପ୍ରସଙ୍ଗ ଉଠାଇଥିଲୁ ତାହାର ନିର୍ଯ୍ୟାସ ବହାରିନି । ସରକାର ଗୋପାଳକୁ ପାଗଳ କରିବାକୁ ଚାହୁଁଥିଲେ । କୋର୍ଟ ଏବଂ ଡାକ୍ତରୀ ଟିମ୍ କହିଦେଲେ ସେ ପାଗଳ ନୁହେଁ । ତେବେ ପୁଣି କ୍ରାଇମବ୍ରାଞ୍ଚ କହିଁକି ବେଙ୍ଗାଲୁରୁ ନେବେ ବୋଲି ଜୟ ନାରାୟଣ ମିଶ୍ର କହିଛନ୍ତି। ସେହିପରି ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ପୁଣି ନବ ଦାସଙ୍କ ପ୍ରସଙ୍ଗ ଉଠିବ ବୋଲି ସେ କହିଛନ୍ତି।





