ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସି ଜିନପିଙ୍ଗ

ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ସି ଜିନପିଙ୍ଗ । ଚୀନର ୧୪ତମ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବୈଠକରେ ସର୍ବସମ୍ମତି କ୍ରମେ ସି ଜିନପିଙ୍ଗଙ୍କୁ ଚୀନର ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ଶୁକ୍ରବାର ଚୀନ ସଂସଦରେ ଜିନପିଙ୍ଗଙ୍କ ତୃତୀୟ ପଞ୍ଚବର୍ଷୀୟ କାର୍ଯ୍ୟକାଳକୁ ସମ୍ମତି ମିଳିଛି ।

ପାଞ୍ଚ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କମ୍ୟୁନିଷ୍ଟ ଦଳର କଂଗ୍ରେସରେ ଅକ୍ଟୋବର ମାସରେ ୬୯ ବର୍ଷୀୟ ଜିନପିଙ୍ଗଙ୍କୁ ନିଜର ନେତା ଭାବେ ନିର୍ବାଚିତ କରିଥିଲା । ଜିନପିଙ୍ଗ କମ୍ୟୁନିଷ୍ଟ ଦଳର ପ୍ରଥମ ଏହିଭଳି ନେତା ଯିଏ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ ଦଳ ସଂସ୍ଥାପକ ମାଓ ସେତୁଙ୍ଗ ଦୁଇ ଥର ନିଜର ପାଞ୍ଚ-ପାଞ୍ଚ ବର୍ଷୀୟା କାର୍ଯ୍ୟକାଳ ସମ୍ଭାଳିଥିଲେ ।

Related Posts