‘ଆତଙ୍କବାଦ ପ୍ରତି ମୋଦୀ ସରକାରଙ୍କ ଜିରୋ-ଟଲରାନ୍‌ସ୍‌ ନୀତି ବଳବତ୍ତର ରହିବ’: ଅମିତ ଶାହ

ଭୁବନେଶ୍ୱର,୧୨/୩ (ସତ୍ୟପାଠ ବ୍ୟୁରୋ): ଭବିଷ୍ୟତରେ ମଧ୍ୟ ଆତଙ୍କବାଦ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ‘ଜିରୋ-ଟଲରାନ୍‌ସ୍‌’ ନୀତି ବଳବତ୍ତର ରହିବ। ଆଜି ଏହି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ‘ସିଆଇଏସ୍‌ଏଫ୍‌’ର ୫୪ତମ ‘ରାଇଜିଙ୍ଗ୍‌ ଡେ’ ପରେଡ୍‌’ରେ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି, ଦେଶର ଯେକୌଣସି ପ୍ରାନ୍ତରେ ବିଚ୍ଛିନ୍ନତାବାଦ, ଆତଙ୍କବାଦ ଏବଂ ଦେଶ-ବିରୋଧୀ କାର୍ଯ୍ୟକଳାପକୁ ନିର୍ମମ ଭାବେ ଦମନ କରାଯିବ।

ଗତ ୯ ବର୍ଷ ହେବ ଏନ୍‌ଡିଏ ସରକାର ଅଭ୍ୟନ୍ତରୀଣ ନିରାପତ୍ତା ଆହ୍ବାନ ସବୁର ସଫଳ ମୁକାବିଲା କରୁଛି ବୋଲି ଗୁରତ୍ବର ସହ କହି ସେ କହିଛନ୍ତି ଯେ, କଶ୍ମୀରରେ ହିଂସା ବହୁମାତ୍ରାରେ ହ୍ରାସ ପାଇଥିବା ବେଳେ ଉତ୍ତରପୂର୍ବରେ ବିଦ୍ରୋହ ଏବଂ ବାମ ପନ୍ଥୀ ଚରମବାଦ ପ୍ରଭାବିତ ଅଞ୍ଚଳ ମଧ୍ୟ ହ୍ରାସ ପାଇଛି। ଜନସାଧାରଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଉଛି । ଆତଙ୍କବାଦ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଲୋକମାନଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ଅନେକେ ଅସ୍ତ୍ରଶସ୍ତ୍ର ସମର୍ପଣ କରି ସ୍ବାଭାବିକ ଜୀବନଯାପନ ଆରମ୍ଭ କରିଥିବା କଥା ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପ୍ରଥମ ଥର ପାଇଁ ‘ସିଆଇଏସ୍‌ଏଫ୍‌’ ତା’ର ବାର୍ଷିକ ‘ରାଇଜିଙ୍ଗ୍‌ ଡେ’ ସେଲିବ୍ରେସନ୍‌’ ଜାତୀୟ ରାଜଧାନୀ ବାହାରେ ପାଳନ କରାଯାଉଛି। ଏଥର ଏହା ହାକିମପେଟ୍‌ସ୍ଥିତ ‘ସିଆଇଏସ୍‌ଏଫ୍‌ ନ୍ୟାସ୍‌ନାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଏକାଡେମି’ରେ ଆୟୋଜନ କରିଛି।

Related Posts