ଗତ ୫ ବର୍ଷରେ ବିଜ୍ଞାପନ ବାବଦକୁ ୧୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର; ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,୧୪/୩ (ସତ୍ୟପାଠ ବ୍ୟୁରୋ): ସରକାରୀ ଯୋଜନାର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଗଣମାଧ୍ୟମକୁ ବିଜ୍ଞାପନ ଦେଇଛନ୍ତି । ଆଉ ଏଥିପାଇଁ ଗତ ୫ ବର୍ଷ ମଧ୍ୟରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗତ ୫ ବର୍ଷ ମଧ୍ୟରେ ବିଜ୍ଞାପନ ବାବଦକୁ ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ଆଜି ତାହାର ଉତ୍ତର ବିଧାନସଭାରେ ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ୍ ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ପ୍ରଦୀପ କହିଛନ୍ତି, ବିଭିନ୍ନ ସରକାରୀ ଯୋଜନାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ଗତ ୫ ବର୍ଷ ମଧ୍ୟରେ ମୋଟ ୧୪୦ କୋଟି ୬୦ ଲକ୍ଷ ୬୯ ହଜାର ୧୫୯ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିମଧ୍ୟରୁ ପ୍ରିଣ୍ଟ ଗଣମାଧ୍ୟମକୁ ଗତ ୫ ବର୍ଷରେ ୧୧୭ କୋଟି ୯ ଲକ୍ଷ ୧୭ ହଜାର ୩୬୮ ଟଙ୍କା ଦିଆଯାଇଥିବା ବେଳେ ଇଲେକ୍ଟ୍ରେନିକ ଗଣମାଧ୍ୟମକୁ ୨୩ କୋଟି ୫୧ ଲକ୍ଷ ୫୧ ହଜାର ୭୯୧ ଟଙ୍କା ବିଜ୍ଞାପନ ପାଇଁ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

Related Posts