ଭୁବନେଶ୍ୱର,୨୪/୪(ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନ ପୂର୍ବରୁ ପୁନର୍ଗଠିତ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ଦାୟିତ୍ୱ ନେବାର ପ୍ରାୟ ୧୧ମାସ ପରେ ସେ ନିଜର ବିଶାଳ ଟିମ୍ ଗଢ଼ିଛନ୍ତି । ଶରତଙ୍କ ନୂଆ ଟିମ୍ ରେ ୫ଜଣ ବରିଷ୍ଠ ଉପସଭାପତି, ୧୨ଜଣ ଉପସଭାପତି, ୩୯ଜଣ ସାଧାରଣ ସମ୍ପାଦକ, ୬୧ଜଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷ, ୬୭ଜଣିଆ କାର୍ଯ୍ୟକାରିଣୀ କମିଟ ସଦସ୍ୟ ଓ ୨୭ଜଣିଆ ମିଡିଆ ବିଭାଗ ସଦସ୍ୟ ରହିଛନ୍ତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବ ଆଧାରରେ ଏଆଇସିସି ସଭାପତି ଏହି ଟିମକୁ ଅନୁମୋଦନ କରିଥିବା ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ପ୍ରେସ୍ ରିଲିଜ ଜାରି କରି ସୂଚନା ଦିଆଯାଇଛି ।
ଶରତ ନିଜର ଟିମରେ ଅଧିକାଂଶ ଯୁବବର୍ଗର ନେତାଙ୍କୁ କର୍ମକର୍ତ୍ତା ଭାବେ ସାମିଲ କରିଥିବାବେଳେ ବରିଷ୍ଠ ନେତାମାନଙ୍କୁ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ସ୍ଥାନିତ କରିଛନ୍ତି । ତେବେ ନିଜର ନୂଆ ଟିମ୍ ରେ ପିସିସି ସଭାପତି ବିଧାୟକ ମହମ୍ମଦ ମୋକିମ ଙ୍କୁ ମଧ୍ୟ ସାମିଲ କରିଛନ୍ତି।
ଏଆଇସିସି ପ୍ରେସ୍ ରିଲିଜ୍ ଅନୁସାରେ, ପ୍ରଦେଶ କଂଗ୍ରେସ କମିଟି(ପିସିସି) ବରିଷ୍ଠ ଉପସଭାପତି ଭାବେ ବିଧାୟକ ତାରାପ୍ରସାଦ ବାହିନୀପତି, ଗଣେଶ୍ୱର ବେହେରା, ଦେବାଶିଷ ପଟ୍ଟନାୟକ, ସରସ୍ୱତୀ ହେମ୍ବ୍ରମ ଓ ଶିବାନନ୍ଦ ରାୟଙ୍କୁ ଦାଇତ୍ୱ ମିଳିଛି । ସେହିପରି କୋଷାଧ୍ୟକ୍ଷ ଭାବେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ସ୍ଥାନ ମିଳିଛି। ସେହିପରି ଉପସଭାପତି ଭାବେ ମମତା ମାଢ଼ୀ, ଅଧିରାଜ ପାଣିଗ୍ରାହୀ, ରାଜେନ୍ଦ୍ର ଛତ୍ର୍ରିଆ, ବିଭୂତି ମିଶ୍ର, ସିଏସ ରାଜନ ଏକ୍କା, ଜାନକୀବଲ୍ଲଭ ପଟ୍ଟନାୟକ, କିଶୋର ଜେନା, ପ୍ରତିମା ମଲ୍ଲିକ, ଶୁଭେନ୍ଦୁ ମହାନ୍ତି, ବିଶ୍ୱଭୂଷଣ ଦାସ, ରଜତ କୁମାର ଚୌଧୁରୀ, ନକୂଳ ନାଏକ ରହିଛନ୍ତି ।
ସେହିପରି ୩୯ଜଣିଆ ସାଧାରଣ ସମ୍ପାଦକ ଟିମ୍ ରେ ରବୀନ୍ଦ୍ର କୁମାର ମଲ୍ଲିକ, ଡାକ୍ତର ଲଲାଟେନ୍ଦୁ ମହାପାତ୍ର, ଘାସିରାମ ମାଝୀ, ନିମାଇଁ ସରକାର,ବୀରେନ ସେନାପତି, ସମରେନ୍ଦ୍ର ମିଶ୍ର, ମିନାକ୍ଷୀ ବାହିନୀପତି, ଆଲୋକ ମିଶ୍ର, ମଧୁସ୍ମିତା ସେଠୀ, ଚିନ୍ମୟ ସୁନ୍ଦର ଦାସ, ବିଦୂଭୂଷଣ ତ୍ରିପାଠୀ, ହରଦୀପ ସିଂହ, ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ଜ୍ଞାନ ପଟ୍ଟନାୟକ, ଶ୍ରୀନିବାସ ରାଉତରାୟ, ମାନସ ଆଚାର୍ଯ୍ୟ, ରଶ୍ମୀ ମହାପାତ୍ର, ପଦ୍ମକର ଗୁରୁ, ପ୍ରକାଶ ମିଶ୍ର,ପ୍ରମୋଦ କୁମାର ଜେନା, ଦୁର୍ଗାପ୍ରସାଦ ପଣ୍ଡା, ମନୋଜ ବିଶ୍ୱାଳ, ଶଶୀକାନ୍ତ ଲେଙ୍କା, ମନୋଜ ମଞ୍ଜରୀ ଦେବୀ, ମନୋଜ କୁମାର ଜେନା, ରବୀନ୍ଦ୍ର ମହାପାତ୍ର, ନିପନ ଦାସ, ରୂପାଦିତ୍ୟ ମହାପାତ୍ର,ମହମ୍ମଦ ଇମଦାଦ, ନାରାୟଣ ଜେନା, ଅର୍ଚ୍ଚନା ନନ୍ଦୀ, ତରୁଣକାନ୍ତି ମିଶ୍ର, ସୁବ୍ରତ ମହାପାତ୍ର, ପ୍ରବୋଧ ଦାସ, ନିର୍ମଳା ନାୟକ, ଅମିତା ବିଶ୍ୱାଳ ଓ ମଞ୍ଜୁଶ୍ରୀ କଳ୍ପନା ରାଉତରାୟ ରହିଛନ୍ତି ।
ଅନ୍ୟପଟେ ୬୧ଜଣିଆ ସମ୍ପାଦକ ଟିମରେ ପ୍ରିୟଜିତ୍ ରାୟ, ସତ୍ୟାୟନ ମିଶ୍ର, ଅଭିଳାଷ ମାଣିଆ, ସଂଗ୍ରାମ କେଶରୀ ଦାସ, ସୀମାଞ୍ଜଳ ଗିରି ଉଲାକା , ନିରୂପମା ଦାସ, ନରୋତ୍ତମ ନାଏକ, ଶ୍ରୀୟା ମହାନ୍ତି, ରେଖା ପ୍ରଧାନ,ଅଜିତ୍ ଜେନା, ସୁନାକର କହଁର, ମଧୁସ୍ମିତା ପରିଡ଼ା, ନିଲକମଲ ସେଠୀ, ପ୍ରଦୀପ କୁମାର ମହାପାତ୍ର, ପି.ମାଧବୀ,ବିଳାସିନୀ ନାଏକ,ମୋତିଲାଲ ଦାସ, ବିଶ୍ୱକଲ୍ୟାଣୀ କର, କ୍ୟାପଟେନ ରାଜନାରାୟଣ ମହାପାତ୍ର, ଅଜୟ ସାହୁ, ଗୀତାଞ୍ଜଳି ଭୂୟାଁ, ଜୟଶ୍ରୀ ପାତ୍ର, ଦେଓ ପ୍ରସାଦ, ରଶ୍ମୀରଞ୍ଜନ ପଟ୍ଟନାୟକ, ଅମୃତିଆ ମହାନନ୍ଦିଆ, ସୁଶାନ୍ତ ବେହେରା, ସାବିତ୍ରୀ କିଷାନ, ବିଶ୍ୱନାଥ ଦାସ, ସତ୍ୟସ୍ମିତ ମହାନ୍ତି, ସତ୍ୟରଞ୍ଜନ ଭୋଇ, ତୁଳେଶ୍ୱର ନାୟକ, ଲବ କୁମାର ସାହୁ, ଦମୟନ୍ତୀ ତଣ୍ଡି, ପ୍ରଭାତ ପ୍ରତାପ ସିଂ, ଶିଳ୍ପୀଶ୍ରୀ ହରିଚନ୍ଦନ, ଡମ୍ବୁରୁ ଛତ୍ରିଆ, ଜୟକୃଷ୍ଣ ମଲ୍ଲିଆ, ବୁଲାକି ସେଠ, ପୁଷ୍ମିତା ଦାସ, ରଞ୍ଜିତା ନାଗ, ଦୀପକ କୁମାର ସାହୁ, ସୂଯ୍ୟମଣି ବାଗ, ସୁବାସ ମଲ୍ଲିକ, ରଞ୍ଜିତା ହେମ୍ବ୍ରମ, ପ୍ରଫୁଲ୍ଲ ଭଦ୍ର, ତମାଳ ନାଏକ, ଲିଙ୍ଗରାଜ ସାହୁ, ଦିଗମ୍ବର ଦୁରିଆ, ଅମିତ ଗୁରୁ, ଜୟଦେବ ନାଏକ, ସଂଯୁକ୍ତା ଦିଗଲ, କୁସୁମ ପ୍ରଧାନ, ଚୈତନ୍ୟ ହାଂସଦା, ଅକବର ଖାନ, ଟିକନ ବେହେରା, ଦିଲ୍ଲୀପ କିଷାନଓ କୈଳାସ ସାହୁ ରହିଛନ୍ତି ।
ତେବେ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ବରିଷ୍ଠ ନେତା ମାନଙ୍କୁ ଚୟନ କରାଯାଇଛି। ଏହି କମିଟିରେ ପିସିସି ସଭାପତି ଶରତ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, କାହ୍ନୁ ଲେଙ୍କା, କେପି ସିଂହଦେଓ, ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ରଥ, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ଜୟଦେବ ଜେନା,ରାମଚନ୍ଦ୍ର ଖୁଣ୍ଟିଆ, ସପ୍ତଗିରି ଉଲାକା, ସୁଶିଳା ତିରିଆ, ସୁରେଶ ରାଉତରାୟ, ମହମ୍ମଦ ମୋକିମ, ରମେଶ ଜେନା, ଦାଶରଥୀ ଗମାଙ୍ଗ, କିଶୋର ପଟେଲ, ଜଗନ୍ନାଥ ପଟେଲ, ଅନନ୍ତ ସେଠୀ, ଚିରଞ୍ଜିବି ବିଶ୍ୱାଳ, ବିଜୟ ପଟ୍ଟନାୟକ, ସୁରେନ୍ଦ୍ର ସିଂ ଭୋଇ,ପଂଚାନନ କାନୁନଗୋ, ବିଜୟଲକ୍ଷ୍ମୀ ସାହୁ, ଗଣେଶ୍ୱର ବେହେରା, ପ୍ରକାଶ ଦେବତା, ରାସବିହାରୀ ବେହେରା, ଅମର ପ୍ରଧାନ, ଶରତ ରାଉତ, ସମୀର ମହାନ୍ତି, ଭୂଜବଳ ମାଝୀ, ଧରଣୀଧର ନାୟକ, ନବଜ୍ୟୋତି ପଟ୍ଟନାୟକ, ମାନସ ଚୌଧୁରୀ, ସୁରେଶ ମହାପାତ୍ର, ସସ୍ମିତା ବେହେରା ପ୍ରମୁଖ ରହିଥିବା ବେଳେ ଏହି କମିଟିରେ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସ, ସେବା ଦଳର ସଭାପତିଙ୍କ ସମେତ ଏଆଇସିସିର ଓଡ଼ିଶା ପ୍ରଭାରୀ ଓ ସମସ୍ତ ଉପସଭାପତି ଏବଂ ସାଧାରଣ ସମ୍ପାଦକମାନଙ୍କୁ ମଧ୍ୟ ସାମିଲ କରାଯାଇଛି।
ସେହିପରି ୨୭ଜଣିଆ ମିଡିଆ ଟିମ ମଧ୍ୟ ଘୋଷଣା ହୋଇଛି। ଏହି ଟିମର ଅଧ୍ୟକ୍ଷ ଭାବେ ଗଣେଶ୍ୱର ବେହେରା ଓ ସଂଯୋଜକ ଭାବେ ଦୀପକ ମହାପାତ୍ରଙ୍କୁ ଦାଇତ୍ୱ ମିଳିଥିବାବେଳେ ସଦସ୍ୟ ଭାବେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ଧରଣୀଧର ନାଏକ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଦେବାଶୀଷ ପଟ୍ଟନାୟକ, ବିଭୂତି ଭୂଷଣ ମିଶ୍ର, ଅମୀୟ ପାଣ୍ଡବ, ପ୍ରଶାନ୍ତ ଶତପଥୀ, ଜ୍ଞାନଦେବ ବେଉରା,ମନୋରଞ୍ଜନ ଦାଶ, ରଜନୀ କୁମାର ମହାନ୍ତି, ରଶ୍ମୀ ମହାପାତ୍ର, ଅପର୍ଣ୍ଣାଧୀର ସିଂହ, ରବୀନ୍ଦ୍ର ପଣ୍ଡା, ନାରାୟଣ ଜେନା, ନିଶିକାନ୍ତ ମିଶ୍ର, କୃଷ୍ଣଚନ୍ଦ୍ର ପତି, ଅମିତ୍ ମହାନ୍ତି, ମମତା କୁଣ୍ଡୁ, ପିତବାସ ପଣ୍ଡା, ଷ୍ଟାଲିନ ମିଶ୍ର, ମନୀଷ ମହାନ୍ତି ରହିଛନ୍ତି ।
ତେବେ ପିସିସି ସଭାପତି ଭାବେ ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକଙ୍କୁ ନିଜ ନୂଆ ଟିମ୍ ଗଠନ କରିବାକୁ ପ୍ରାୟ ୧୧ ମାସ ସମୟ ଲାଗିଥିଲେ ବି ଶେଷରେ ଏବେ ଏକ ଜମ୍ବୋ ଟିମ୍ ଗଠନ ହୋଇଛି। ତେବେ ଏହି ବିଶାଳ ଟିମ୍ କୁ ନେଇ ପିସିସି ସଭାପତି କିପରି ଆଗକୁ ବଢ଼ୁଛନ୍ତି ଓ ଦଳ ପାଇଁ ଏହା କେତେ ଲାଭ ଦାୟକ ହେଉଛି ତାହା ଆଗାମୀ ଦିନରେ ଜଣାପଡିବ।





