‘ଅତିକ୍‌ ଅହମ୍ମଦ ଠାରୁ କେସିଆର ଅଧିକ ଭୟଙ୍କର’, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଗ୍ୟାଙ୍ଗଷ୍ଟର ସହ ତୁଳନା କଲେ ବିଜେପି ନେତା

ଭୁବନେଶ୍ୱର,୨୭/୪(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଗ୍ୟାଙ୍ଗଷ୍ଟର ସହ ତୁଳନା କଲେ ବିଜେପି ନେତା। ତେଲେଙ୍ଗାନା ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟ କୁମାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ନିଜ ବୟାନରେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ତୁଳନା ନିକଟରେ ହତ୍ୟା ହୋଇଥିବା ଉତ୍ତରପ୍ରଦେଶର ଗ୍ୟାଙ୍ଗଷ୍ଟର ଡନ୍‌ ଅତିକ୍‌ ଅହମ୍ମଦ ସହ କରିଛନ୍ତି।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀ କେସିଆର ଅତିକ୍‌ ଅହମ୍ମଦ ଠାରୁ ଅଧିକ ଭୟଙ୍କର। ଏକ ଜନସଭାକୁ ସମ୍ବୋଧିତ କରି ବିଜେପି ନେତା ଅଭିଯୋଗ କରିଛନ୍ତି ଯେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ନିଜ ଶକ୍ତିର ଭୁଲ୍‌ ବ୍ୟବହାର କରୁଛନ୍ତି।ସଞ୍ଜୟଙ୍କ କହିବା ଅନୁଯାୟୀ, କେସିଆର ଲୋକଙ୍କ ସମ୍ପତ୍ତି ହଡ଼ପ ପାଇଁ ନିଜ ଶକ୍ତିର ବ୍ୟବହାର କରୁଛନ୍ତି। ସେ କହିଛନ୍ତି ଯେଉଁ ଅତିକ୍‌ ବନ୍ଧୁକ ମୁନରେ ଲୋକଙ୍କ ସମ୍ପତ୍ତି ହଡ଼ପ କରୁଥିଲା ଆଉ କେସିଆର ମଧ୍ୟ ଏଭଳି କିଛି କରୁଛନ୍ତି । ଏହାସହିତ ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ଆହୁରି କହିଛନ୍ତି, ତାଙ୍କ ଦଳ ବେରୋଜଗାର ଯୁବକମାନଙ୍କ ପାଇଁ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବ।ମୁଖ୍ୟମନ୍ତ୍ରୀ ଯେତେ ଶକ୍ତିଶାଳୀ ହୁଅନ୍ତୁ ନା କାହିଁକି ଆମେ ଲଢେଇ ଜାରି ରଖିବୁ। ଏଥିସହ ସେ ତେଲେଙ୍ଗାନା ସରକାରଙ୍କୁ ଟିଏସପିଏସସି ପରୀକ୍ଷାର ୩୦ ଲକ୍ଷ ପ୍ରାର୍ଥୀଙ୍କ ଭବିଷ୍ୟତକୁ ବିପଦରେ ପକାଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଟିଏସପିଏସସି ପରୀକ୍ଷାରେ ଉପସ୍ଥିତ ଯୁବକମାନେ କ୍ଷତିପୂରଣ ନ ପାଇବେ ସେ ପର୍ଯ୍ୟନ୍ତ ସେମାନେ ସଂଗ୍ରାମ ଜାରି ରଖିବେ। ବିଜେପି ନେତାଙ୍କ କହିବାନୁସାରେ, ଅନେକ ଅଭିଭାବକ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ଋଣ ନେଇଥିଲେ।

ବିଜେପି ନେତା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ଦଳ କ୍ଷମତାକୁ ଆସିଲେ ପ୍ରତିବର୍ଷ ଚାକିରି କ୍ୟାଲେଣ୍ଡର ସାର୍ବଜନୀନ କରିବେ। ଯେଉଁଥିରେ ଖାଲିଥିବା ପଦବୀ ପୂରଣ କରାଯିବ। ଟିଏସପିଏସସି ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ ଦାବି କରି ବିଜେପି ନେତା ସଞ୍ଜୟ କୁମାର କହିଛନ୍ତି ଯେ ଜେଲ ଯିବା ତାଙ୍କ ପାଇଁ ନୂଆ କଥା ନୁହେଁ। ଏହାସହିତ ମୋର ଲକ୍ଷ୍ୟ ହେଉଛି ଏହି ଦଳକୁ ଶାସନରୁ ହଟାଇବା ବୋଲି ସେ କହିଛନ୍ତି।

Related Posts