ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ): ସୋମବାର ରାଜ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ୩ ନୂଆ ମନ୍ତ୍ରୀ । ସକାଳ ୯ଟା ୫୦ରେ ନେବେ ଶପଥ। ଏଥିପାଇଁ ୩ ବିଧାୟକଙ୍କ ପାଖକୁ ଗଲା ଫୋନ। ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି ଓ ରାଉରକେଲା ବିଧାୟକ ଶାରଦା ନାୟକଙ୍କ ନିକଟକୁ ଫୋନ ଯାଇଛି। ମନ୍ତ୍ରୀମଣ୍ଡଳରେ ସାମିଲ ହେବାପାଇଁ ନବୀନ ନିବାସ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନା ଅନୁସାରେ ଏହି ତିନି ଜଣ କାଲି ଲୋକସଭା ସମ୍ମିଳନୀ କକ୍ଷରେ ମନ୍ତ୍ରୀ ପଦର ଶପଥ ନେବେ। ତେବେ ବାଚସ୍ପତି ପଦ ମଧ୍ୟ ଖାଲି ପଡ଼ିଥିବା ବେଳେ କିଏ ନୂଆ ବାଚସ୍ପତି ହେବେ ଏନେଇ କୌଣସି ସୂଚନା ମିଳିନାହିଁ।





