ଭୁବନେଶ୍ୱର,୩୧/୫(ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ଆନୁଷ୍ଠାନିକ ଭାବେ ଆଜି ରେଜଲ୍ଟ ଘୋଷଣା କରିଛନ୍ତି। ଯୁକ୍ତ ଦୁଇ ବିଜ୍ଞାନରେ ଚଳିତଥର ୮୪.୯୩ % ପାସ ହାର ରହିଛି। ସେହିପରି ବାଣିଜ୍ୟରେ ୮୧.୧୨% ପାସ ହାର ରହିଛି।
ଛାତ୍ରଛାତ୍ରୀ ମାନେ www. orissaresults.nic.in ୱବସାଇଟ ଓ ସାମ୍ସ ପୋର୍ଟାଲ୍ ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ୍ ୫ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନ ରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।





