ବାଲେଶ୍ଵର ଟ୍ରେନ ଟ୍ରାଜେଡି: ୧୦୦ ଆମ୍ବୁଲାନ୍ସ ଓ ୫୦ ବସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ, ସାରା ରାତି ଚାଲିବ ଉଦ୍ଧାର କାର୍ଯ୍ୟ

ଭୁବନେଶ୍ୱର,୨/୬(ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସର କେତୋଟି ବଗି ଟ୍ରାକରୁ ଖସି ଯାଇଥିବାବେଳେ ବିପରୀତ ଦିଗରୁ ଆସୁଥିବା ବାଙ୍ଗାଲୋର-ହାୱାଡା ଏକ୍ସପ୍ରେସ ଧକ୍କା ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି।

ଉକ୍ତ ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୫୦ରୁ ଅଧିକ ମୃତ ଓ ୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଉଦ୍ଧାରକାର୍ଯ୍ୟ ପାଇଁ ୧୦୦ ଆମ୍ବୁଲାନ୍ସ ନିୟୋଜିତ କରାଯାଇଥିବାବେଳେ ପ୍ରାୟ ୫୦ ବସକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପ୍ରକାଶ କରିଛନ୍ତି।

ତେବେ ସାରା ରାତି ଉଦ୍ଧାର କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି।

Related Posts