ଦିଲ୍ଲୀରେ ଭାଲୁଙ୍କୁ ନେଇ କଂଗ୍ରେସ ପଲିଟିକ୍ସ ସରଗରମ

ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): ଆଜି ଦିଲ୍ଲୀରେ ଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କୁ ଭେଟିଛନ୍ତି ଜୟପୁର ବିଧାୟକ ତାରା ବାହିନୀ ପତି। ତେବେ ଭାଲୁ ଓ ବେଣୁଗୋପାଳଙ୍କ ସାକ୍ଷାତ ପରେ ରାଜ୍ୟ କଂଗ୍ରେସ ପଲିଟିକ୍ସ ସରଗରମ ହୋଇଛି।

ତେବେ ବେଣୁଗୋପାଳଙ୍କୁ ଭେଟିବା ପରେ ଗଣଧ୍ୟମକୁ ସୂଚନା ଦେଇ ତାରା କହିଛନ୍ତି, ଏହା ଏକ ଔପଚାରିକ ସାକ୍ଷାତ ଥିଲା। କାହା ବିରୋଧରେ ଆମେ କହିନୁ। କଂଗ୍ରେସ କିଭଳି କ୍ଷମତାକୁ ଆସିବ, ସେନେଇ ଆଲୋଚନା ହୋଇଛି। ମୀନାକ୍ଷି ବାହିନୀପତିଙ୍କୁ ଜିଲ୍ଲା ସଭାପତି କରିବା ପାଇଁ ଆମେ ଆସିନୁ ବୋଲି ତାରା କହିଛନ୍ତି। ସେପଟେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ସହ ଆରମ୍ଭ ହୋଇଥିବା ବିବାଦକୁ ନେଇ ତାରା କହିଛନ୍ତି ଯେ, କିଛି ମନୋମାଳିନ୍ୟ ହୋଇ ଥାଇପାରେ। କିନ୍ତୁ କଂଗ୍ରେସ ପାଇଁ କାମ କରିବୁ ।

ତେବେ କୋରାପୁଟ କଂଗ୍ରେସରେ କନ୍ଦଳ ଦିନକୁ ଦିନ ବଢୁଥିବା ବେଳେ ମୀନାକ୍ଷି ବାହିନୀପତିଙ୍କୁ ଜିଲ୍ଲା ସଭାପତି ପଦରୁ ବିଦା କରାଯିବା ପରେ ଏହା ତୀବ୍ର ହୋଇଛି । କିଛି ଦିନ ତଳେ ତାରା ଓ ସପ୍ତଗିରିଙ୍କ ସମର୍ଥକ ପୃଥକ୍‌ ପୃଥକ୍‌ ଭାବେ ଭୁବନେଶ୍ୱର ଆସି ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପିସିସି ସଭାପତିଙ୍କୁ ଭେଟି ଶକ୍ତି ପ୍ରଦର୍ଶନ କରିଥିଲେ। ପରେ ଭାଲୁଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଯାଇଥିଲା | ଏବେ ତାରା ତାଙ୍କ ସମର୍ଥକଙ୍କ ସହ ଯାଇ ଦୀଲ୍ଲିରେ ଡେରା ପକାଇଥିବା ବେଳେ ରାଜ୍ୟ କଂଗ୍ରେସ ପଲିଟିକ୍ସ ସରଗରମ ହୋଇଛି ।

Related Posts