୭୭ ବର୍ଷ କୋଟି ପତି ସ୍ବାମୀଙ୍କୁ ବିଷ ଦେଇ ହତ୍ୟା କଲା ୨୫ ବର୍ଷୀୟା ମହିଳା

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ନିଜ ପ୍ରେମ ପାଇଁ ଅନେକ ଲୋକ ବହୁତ୍ କିଛି କରିଥିବାର ଉଦାହରଣ ଆମେ ଦେଖିଛୁ । ଏପରିସ୍ଥଳେ ୭୭ ବର୍ଷର ସ୍ବାମୀଙ୍କୁ ତାଙ୍କ ୨୫ ବର୍ଷୀୟା ପତ୍ନୀ ବିଷ ଦେଇ ମାରିବା ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଜାପାନ ଠାରେ । ତେବେ ମୃତ କୋସୁକେ ନୋଜାକି ଏକ ମଦ ବିକ୍ରୟ କମ୍ପାନୀ ତଥା ରିଏଲ୍ ଇଷ୍ଟେଟ୍ ବ୍ୟବସାୟର ସଭାପତି ଥିଲେ । ତାଙ୍କ ଶରୀରରେ କୌଣସି ଛୁଞ୍ଚି ଚିହ୍ନ ନ ଥିବାରୁ ତାଙ୍କ 25 ବର୍ଷୟା ବିଧବା ପତ୍ନୀ ସାକି ସୁଡୋଙ୍କୁ ସନ୍ଦେହ କରାଯାଇଥିଲା । ବହୁପରିମାଣର ଉତ୍ତେଜକ ଔଷଧ ସେବନ ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ଶବବ୍ୟବଚ୍ଛେଦ ରିପୋର୍ଟ୍ ରେ ଜଣାପଡିଥିଲା ।

ଅନ୍ୟପଟେ ଟୋକିଓ ବିମାନ ବନ୍ଦରରେ ତଳେ ପଡ଼ିଯିବା ପରେ ତାଙ୍କୁ ସାହାଯ୍ୟ କରିବା ସମୟରେ ସେ ସୁଦୋ ନାମକ ଜଣେ ମହିଳାଙ୍କୁ ଭେଟିଥିଲେ ବୋଲି ୨୦୧୮ ମସିହାରେ ପ୍ରକାଶିତ ଏକ ପୁସ୍ତକରେ ନୋଜାକିି ଲେଖିଛନ୍ତି । ପରେ ଉଭୟ ଏକାଠି ରହୁଥିଲେ । ସବୁଠାରୁ ରୋଚକ କଥାଟି ହେଉଛି ସୁଦୋଙ୍କ ପରିବାରରେ କେହି ଜାଣିନଥିଲେ କି ସୁଦୋ ବିବାହ କରିଛନ୍ତି ବୋଲି । ତେବେ ସାପୋରୋରୁ ତାଙ୍କ ବନ୍ଧୁଙ୍କ ରିଅଲ୍ ଇଷ୍ଟେଟ୍ ବ୍ୟବସାୟରେ କାମ କରୁଛନ୍ତି ବୋଲି ସେ ତାଙ୍କ ପରିବାର ଲୋକଙ୍କୁ କହିଥିଲେ । ଏହା ସହ ନୋଜାକି ତାଙ୍କ ପୁସ୍ତକ ରେ ଲେଖିଛନ୍ତି, ତାଙ୍କ ସମ୍ପତିର ୧.୩ ବିଲିୟନ ଡ଼ଲାର୍ ସେ ଦାନ କରିବା ପାଇଁ ଚାହୁଁଥିଲେ କିନ୍ତୁ ତାଙ୍କ ଭାଗ ର ଅଧା ତାଙ୍କ ବିଧବା ନାଗରିକ ଆଇନକୁ ଯାଇଥିବାରୁ ୱାକାୟାମା ଜିଲ୍ଲାର ସହର ସୁଦୋଙ୍କ ସହ ଟଙ୍କା ବାଣ୍ଟିବା ନେଇ ଆଲୋଚନା ହୋଇଥିଲା ବୋଲି ସାନକେ ଶିମ୍ବୁନ୍ ସୂଚନା ଦେଇଛନ୍ତି। ଏହା ପୁର୍ବରୁ ୨୦୧୬ ମସିହାରେ ନୋଜାକିଙ୍କର ୨୦ ବର୍ଷୀୟା ଜଣେ ଗର୍ଲଫ୍ରେଣ୍ଡ ଥିଲେ । ସେହି ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ନିଜ କୁ ମଡେଲର ପରିଚୟ ଦେଇଥିଲେ ଏବଂ ନଗଦ ଟଙ୍କା ଓ ଅଳଙ୍କାର ଚୋରି ଅଭିଯୋଗରେ ସେ ଗିରଫ ହୋଇଥିଲେ । ଏକାଧିକ ମହିଳାଙ୍କ ସହ ସମ୍ପର୍କ ରଖୁଥିବାରୁ ତାଙ୍କ ପତ୍ନୀ ତାଙ୍କୁ ବିଷ ଦେଇ ମାରିଦେଇଛନ୍ତି ବୋଲି ଅନୁମାନ କରାଯାଉଛି ।

Related Posts