ବିକାଶ ପାଇଁ ୨୫ ବର୍ଷର ରୋଡ ମ୍ୟାପ ଆବଶ୍ୟକ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କିଛି ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ୨୦୨୨-୨୩ର ବଜେଟ ଉପସ୍ଥାପନ କରିଥିଲେ । ଏହି ବଜେଟ ସାମ୍ନାକୁ ଆସିବା ପରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ବଜେଟରେ ମଧ୍ୟବୀତ୍ତ୍ୱ ପରିବାରଙ୍କୁ ସହାୟକ ହେବ ନାହିଁ । ଏହା କେବଳ ଶିଳ୍ପପତିଙ୍କ ପାଇଁ ବୋଲି କହିଥିଲେ । ଏହା ମଧ୍ୟରେ ରାଜ୍ୟସଭାରେ କେନ୍ଦ୍ର ବଜେଟ ଉପରେ ହୋଇଥିବା ଆଲୋଚନା ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ଦେଇଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ କରୋନା ପ୍ରଭାବରୁ ଅର୍ଥନୀତି ବାହାରକୁ ଆସୁଛି। ଦେଶର ଆର୍ଥିକ ଅଭିବୃଦ୍ଧି ଉପରେ ଆମ ସରକାରଙ୍କ ସମ୍ପୂର୍ଣ୍ଣ ଗୁରୁତ୍ୱ ରହିଛି। ଏହି ବଜେଟ୍ ଅର୍ଥନୀତିରେ ସ୍ଥିରତା ଆଣିବ । ବିକାଶ ପାଇଁ ୨୫ ବର୍ଷର ରୋଡ୍ ମ୍ୟାପ୍ ଆବଶ୍ୟକ । ଏହାପୂର୍ବରୁ କେବଳ ଗୋଟିଏ ପରିବାର ଏହି ସୁବିଧା ପାଇଥିଲେ। ବର୍ତ୍ତମାନ ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ଅଛି । ଦେଶରେ ୨୦ ରୁ ଅଧିକ ଷ୍ଟାର୍ଟଅପ୍ ୟୁନିକର୍ନ ସୃଷ୍ଟି କରାଯାଇଛି । ଆଗାମୀ ୨୫ ବର୍ଷକୁ ଦୃଷ୍ଟିରେ ରଖି ଏପରି ବଜେଟ ଉପସ୍ଥାପନ କରାଯାଇଛି ବୋଲି ନିର୍ମଳା ସୀତାରମଣ କହିଛନ୍ତି ।

Related Posts