ହିଜାବ ବିବାଦକୁ ଜାତୀୟ ସ୍ତରର ପ୍ରସଙ୍ଗ କରନ୍ତୁ ନାହିଁ; ଜରୁରୀ ଶୁଣାଣିକୁ ମନା କରି ଏପରି କହିଲେ ସୁପ୍ରିମକୋର୍ଟ

କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକର ହିଜାବ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ହିଜାବକୁ ନେଇ ସାରା ଦେଶରୁ ଅନେକ ନେତା ଓ ସାଧାରଣଜନତା ମଧ୍ୟ ମତ ରଖୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ହିଜାବ ବିବାଦ ଦେଶର ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ହେଲେ ରାଜ୍ୟରେ ଆରମ୍ଭ ହୋଇଥିବା ହିଜାବ ଧାଡି ସମ୍ପର୍କରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ଏହା ସହ ପ୍ରଧାନ ବିଚାରପତି ନେତୃତ୍ୱାଧୀନ ବେଞ୍ଚ କହିଛନ୍ତି ଯେ “ଏହି ଜିନିଷଗୁଡିକୁ ଏକ ବୃହତ ସ୍ତରରେ ବିସ୍ତାର କରନ୍ତୁ ନାହିଁ। ଅନ୍ୟପଟେ କର୍ଣ୍ଣାଟକ ହାଇକୋର୍ଟ ମୁସଲିମ ଛାତ୍ରମାନଙ୍କ ଦ୍ୱାରା ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଥିବା ପିଟିସନର ଶୁଣାଣି କରିଥିଲେ। ଫେବୃଆରୀ ୧୪, ସୋମବାର ଦିନ ବେଞ୍ଚ ପୁନର୍ବାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛି ଏବଂ କୋର୍ଟରେ ବିଚାରାଧୀନ ନହେବା ପର‌୍ୟ୍ୟନ୍ତ ଛାତ୍ରମାନଙ୍କୁ କୌଣସି ଧାର୍ମିକ ବସ୍ତ୍ର ନ ପିନ୍ଧିବାକୁ କହିଛନ୍ତି।

Related Posts