ନିଜ ଅଙ୍ଗଦାନ କରି ପାଞ୍ଚ ଜଣଙ୍କୁ ନୂଆ ଜୀବନ ଦେଲେ ନୋଇଡ଼ାର ୬ ବର୍ଷର ଶିଶୁକନ୍ୟା

ନୂଆଦିଲ୍ଲୀ: ବୟସ ସିନା ଛୋଟ କିନ୍ତୁ ମହାନତା ବହୁତ ବଡ | ଯାହା ତାଙ୍କୁ ଅମର କରି ଦେଇଛି | ତାଙ୍କର ଏହି ମହାନତା ପାଇଁ ଆଜି ସବୁଠି ପ୍ରସଂଶିତ ହେଉଛନ୍ତି ୬ ବର୍ଷର ଶିଶୁକନ୍ୟା ରୋଲି ପ୍ରଜାପତି| ଏହି ୬ ବର୍ଷ ବୟସର କଅଁଳ ପିଲା ପାଞ୍ଚ ପାଞ୍ଚ ଜଣଙ୍କ ଜୀବନ ବଞ୍ଚାଇ ପାରିଛି |

ଦିଲ୍ଲୀ ନୋଇଡ଼ାର ୬ ବର୍ଷର ଶିଶୁକନ୍ୟା ରୋଲି ପ୍ରଜାପତି ନିଜର ଅଙ୍ଗଦାନ କରିଛି । ଦିଲ୍ଲୀ ଏମ୍ସ ମେଡ଼ିକାଲରେ ସେ ନିଜର ଅଙ୍ଗଦାନ କରିଛି। ଦିଲ୍ଲୀ ନୋଇଡ଼ାରେ ରୋଲି ଜଣେ ଅଜଣା ଦୁର୍ବୃତ୍ତର ଗୁଳିମାଡ଼ ଗୁରୁତର ହୋଇ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ରୋଲି ଚିକିତ୍ସାଧିନ ଅବସ୍ଥାରେ କୋମାକୁ ଚାଲିଗଲା ।

କୋମା ଅବସ୍ଥାରେ ଗତ ଏପ୍ରିଲ ୨୭ ତାରିଖରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ରୋଲିକୁ । ବହୁଚେଷ୍ଟା ପରେ ରୋଲି ଆଉ ସୁସ୍ଥ ହୋଇପାରିଲାନି । ବରଂ ବ୍ରେନ୍‌ଡେଡ୍‌ ହୋଇଗଲା ରୋଲିର। ଏମସ୍‌ର ବରିଷ୍ଠ ନ୍ୟରୋ ସର୍ଜନ୍‌ ଡ. ଦୀପକ ଗୁପ୍ତା କହିଛନ୍ତି ଯେ, ସାଢ଼େ ୬ ବର୍ଷର ରୋଲି ଗତ ଏପ୍ରିଲ ୨୭ ତାରିଖରେ ଏମସମେଡିକାଲ କଲେଜରେ ଭର୍ତ୍ତି ହୋଇଥିଲେ। ଗୁଳି ମାଡ଼ରେ ଗୁରୁତର ହୋଇଥିବା ରୋଲିର ମୁଣ୍ଡରେ ବଉଲେଠି ମାଡ଼ ହୋଇଥିଲା। ତାର ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ପ୍ରାୟ ବ୍ରେନ୍‌ ଡେଡ୍‌ ପରିସ୍ଥିତିରେ ରୋଲିକୁ ହସପିଟାଲରା ଭତତ୍‌ କରାଯାଥଲା। ଡାଗ୍ନୋସିସି କରି ତାର ବ୍ରେନ୍‌ ଡେଥ୍‌ ହୋଇଥିବା ପରିବାର ଳୋକଙ୍କୁ କହିଥିଲୁ। ଏହା ପରେ ଆମେ ତାର ଅଙ୍ଗଦାନ ପାଇଁ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲୁ। ପରେ ପରିବାର ଲୋକେ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ।

ଏନେଇ ବାପା,ମା ଅନୁମତି ଦେବା ପରେ ରୋଲିର ଲିଭର, କିଡନୀ, ଦୁଇଟି କର୍ଣ୍ଣିଆ ଏବଂ ହାର୍ଟ ଭଲ୍ଭ କଢ଼ାଯାଇଥିଲା । ଦିଲ୍ଲୀ ଏମ୍ସ ଇତିହାସରେ ରୋଲି ହେଉଛନ୍ତି ପ୍ରଥମ ସର୍ବ କନିଷ୍ଠ ଅଙ୍ଗଦାତ୍ରୀ । ତେବେ ବାପା, ମା କହିଛନ୍ତି ନିଜ ଝିଅ ସିନା ବଞ୍ଚିଲାନି, ହେଲେ ତାଙ୍କ ଅଙ୍ଗରେ ଆଉ କାହାର ଅନ୍ତତଃ ଜୀବନ ବଞ୍ଚିଯିବ ।

ଅନ୍ୟପଟେ ଏହି ଖବର ପ୍ରଘଟ ହେବା ପରେ ଶୋକ ସନ୍ତପ ପରିବାର ପାଇଁ ସମସ୍ତେ ସମବେଦନା ଜଣାଇବା ସହ ବାପା ମାଙ୍କ ଏହି ନିଷ୍ପତିକୁ ଭୁରି ଭୁରି ପ୍ରସଂଶା କରିଛନ୍ତି |

Related Posts