ଆପ୍‌କୁ ବଡ ଝାଟକା; ବିଜେପିରେ ମିଶିଲେ ଦଳର ଏକମାତ୍ର ଲୋକସଭା ସାଂସଦ

ଭୁବନେଶ୍ୱର,୨୮/୩(ସତ୍ୟପାଠ ବ୍ୟୁରୋ): ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌କୁ  ଲାଗିଛି ବଡ଼ ଝଟକା । ଦଳର ଏକମାତ୍ର ସାଂସଦ ସୁଶିଲ କୁମାର ରିଙ୍କୁ ଆଜି ଆପ୍‌ ଛାଡ଼ି ବିଜେପିରେ ମିଶିଛନ୍ତି।

ରିଙ୍କୁ ପଦ୍ମ ଧରିବାରୁ ଆପ୍‌ ଏବେ ଲୋକସଭାରେ ସାଂସଦ ଶୂନ୍ୟ ହୋଇ ଯାଇଛି। ସାଂସଦ ରିଙ୍କୁଙ୍କ ସହ ଜଲନ୍ଧର ୱେଷ୍ଟର ବିଧାୟକ ଶୀତଲ ଅନଗୁରାଲ ମଧ୍ୟ ବିଜେପିର ଦିଲ୍ଲୀ ମୁଖ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାମିଲ ହୋଇ ପଦ୍ମ ଧରିଛନ୍ତି। ରିଙ୍କୁ କହିଛନ୍ତି ଯେ, ଜଲନ୍ଧରରେ ଆପ୍‌ ସରକାର ବିକାଶମୂଳକ କାର୍ଯ୍ୟକ୍ରମ କରୁ ନାହାନ୍ତି। ମୋର କ୍ଷମତା ଲୋଭ ନାହିଁ। ଜଲନ୍ଧରର ବିକାଶ ପାଇଁ ନୂଆ ପଦକ୍ଷେପ ନେଇଛି।

୨୦୨୩ରେ ଜଲନ୍ଧର ଆସନରେ ଆୟୋଜିତ ଲୋକସଭା ଉପ ନିର୍ବାଚନରେ ରିଙ୍କୁ ଏକତରଫା ବିଜୟ ହାସଲ କରିଥିଲେ। ଆପର ଏକମାତ୍ର ଲୋକସଭା ସାଂସଦ ଭାବେ ସେ ସଂସଦକୁ ଯାଇଥିଲେ। କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ମିଶି ଯାଇଛନ୍ତି। ବିଜେପି ମଧ୍ୟ ତାଙ୍କୁ ଏଥର ଜଲନ୍ଧର ଆସନରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେବ। 

୫୪୩ ଆସନ ବିଶିଷ୍ଟ ଲୋକସଭାରେ ରିଙ୍କୁ ଏକମାତ୍ର ଆପ୍‌ ସାଂସଦ ଭାବେ କାମ କରିଥିଲେ। ଆଜି ବିଜେପିରେ ମିଶିବା ପରେ ସାଂସଦ ରିଙ୍କୁ କହିଛନ୍ତି ଯେ ପଞ୍ଜାବର ବିକାଶ ପାଇଁ ସେ ପଦ୍ମ ଧରିଛନ୍ତି।

Related Posts