ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା, ୨୧ ଟିମରେ ନିୟୋଜିତ ଅଛନ୍ତି ଶହେରୁ ଅଧିକ କର୍ମଚାରୀ

ଭୁବନେଶ୍ୱର,୪/୧(ସତ୍ୟପାଠ ବ୍ୟୁରୋ): ଆଜିଠୁ ବିଶ୍ୱର ସର୍ବବୃହତ୍ତ ଲୁଣା ହ୍ରଦ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଧୀନରେ ଥିବା ୫ଟି ରେଞ୍ଜରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ। ଗଣନା କାର୍ଯ୍ୟରେ ୨୧ ଟିମରେ ଶହେରୁ ଅଧିକ କର୍ମଚାରୀ ସାମିଲ ହୋଇଛନ୍ତି।ବାଲୁଗାଁ ସହିତ ୫ ଖଣ୍ଡ ବନଖଣ୍ଡରେ ଚାଲିଛି ଏହି ପକ୍ଷୀ ଗଣନା ।ଏଗୁଡିକ ହେଉଛି ଟାଙ୍ଗୀ, ନୂଆପଡା, ରମ୍ଭା ଓ ସତପଡା । ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ବ୍ୟାପିଥିବା ଚିଲିକା ନୀଳ ଜଳରାଶିରେ ପକ୍ଷୀ ଗଣନା କରୁଛନ୍ତି ୧୦୦ରୁ ବେଶୀ କର୍ମଚାରୀ ।

ତେବେ ଅପରାହ୍ନ ୧୨ଟା ଯାଏଁ ଗଣନା ଜାରି ରହିବ । ଟିମ ଗୁଡିକୁ ୨ଟି ଲେଖାଏଁ ଓ୍ୱାକି-ଟକି, ବାଇନୋକୁଲାର, ଜିପିଏସ୍ ସ୍କେଲ ଓ କ୍ୟାମେରା ଦିଆଯାଇଛି । ଏସବୁ ସହାୟତାରେ ବିଦେଶୀ ସହିତ ଆଞ୍ଚଳିକ ଚଢେଇ ଗଣୁଛନ୍ତି କର୍ମଚାରୀ ।

ତେବେ ଚଳିତବର୍ଷ ଅନେକ ବିଦେଶୀ ଚଢେଇ ଚିଲିକା ନୀଳାମ୍ୱ ରେ ଏକତ୍ର ହୋଇଛନ୍ତି । କ୍ୟାସପିଅନ, ୟୁରେସିଆ, ସାଇବେରିଆ, କାଜାଖାସ୍ତାନ, ବୈକାଲ, ରୁଷିଆ ଓ ଅନ୍ୟ ପଡୋଶୀ ରାଷ୍ଟ୍ରରୁ ପକ୍ଷୀ ଚିଲିକାକୁ ଆସିଥିବା ଜଣାପଡିଛି । ଗ୍ରୀଷ୍ମ ପୂର୍ବରୁ ପକ୍ଷୀ ନିଜ ଦେଶକୁ ଫେରିବା ପୂର୍ବରୁ ପକ୍ଷୀଗଣନା କରାଯାଉଛି ।

Related Posts