ବିଜେପି କର୍ମୀଙ୍କୁ ଜଣେ ମହିଳା ଫସେଇ ଘରକୁ ଡାକିନେଇ ନିର୍ମମ ହତ୍ୟା

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ବୁଧବାର ରାତିରେ ହାଇଦ୍ରାବାଦର ୟୁସୁଫଗୁଡାରେ ଜଣେ ବିଜେପି କର୍ମୀଙ୍କ ହତ୍ୟା ଅଭିଯୋଗ ହେବା ପରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି।ମହିଳା ଜଣକ ବିଜେପି କର୍ମୀଙ୍କୁ ଫସେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ସିଙ୍ଗାପୁରର ତଥା ନାଗରକର୍ନୁଲରର କୁକତପାଲିର ସ୍ଥାୟୀ ବାସିନ୍ଦା ପି ରାମୁଙ୍କୁ ଜଣେ ମହିଳା ତାଙ୍କ ଘର ଟେରାସରେ ଆଠ ଜଣଙ୍କ ଗୋଷ୍ଠୀ ଦ୍ଵାରା ଛୁରୀ ଭୂଷି ହତ୍ୟା କରାଯାଇଥିବା ଜଣାଯାପଡ଼ିଛି।

ରାମୁ ନିକଟ ଅତୀତରେ ତେଲେଙ୍ଗାନାର ବିଧାନସଭା ନିର୍ବାଚନ ସମୟରେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ବାରମ୍ବାର ଛୁରୀ ଭୂଷିବା ସହ ତାଙ୍କ ଗୁପ୍ତଙ୍ଗକୁ ମଧ୍ୟ ଆକ୍ରମଣ କରାଯାଇଥିଲା

ଏହି ମାମଲାର ମୁଖ୍ୟ ସନ୍ଦିଗ୍ଧ ମାଣିକାନ୍ତ ବୋଲି ଜଣାପଡିଛି, ଯିଏ କି ରମୁଙ୍କର ଜଣେ ବନ୍ଧୁ ଥିଲେ,କିନ୍ତୁ ଗତ କିଛି ବର୍ଷ ହେବ ତାଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ପୂର୍ବରୁ ରାମୁଁ, ମାଣିକାନ୍ତ ବିରୋଧରେ ହତ୍ୟାଉଦ୍ୟମ ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କ ମଧ୍ୟରେ ଥିବା ଶତ୍ରୁତା ରାମୁଙ୍କ ହତ୍ୟାର କାରଣ ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି

ଯୁବରାଜ ହିଲ୍ସ ଇନ୍ସପେକ୍ଟର କେ ଭେଙ୍କଟେଶ୍ୱର ରେଡ୍ଡୀ କହିଛନ୍ତି ଆମେ ସନ୍ଦେହ କରୁଛୁ ଯେ ‘ଏହି ଭୟଙ୍କର ହତ୍ୟାକାଣ୍ଡର ପଛର କାରଣ ସେମାନଙ୍କର ଶତ୍ରୁତା ହୋଇପାରେ ‘।

ସିସିଟିଭି ଫୁଟେଜରେ ମହିଳାଙ୍କ ସହ କଥାବାର୍ତ୍ତା ପରେ ରାମୁ ରାତିରେ ୟୁସୁଫଗୁଡା ପରିଦର୍ଶନ କରିବାର ପ୍ରମାଣ ମିଳିଥିଲା। ଉକ୍ତ ମହିଳାଙ୍କୁ ପୋଲିସ ଗିରଫ କରିବା ସହ ଅଧିକ ତଥ୍ୟ ବହାରକରିବା ପାଇଁ ତାଙ୍କୁ ପଚରାଉଚରା କରୁଛି।

ଗୁରୁବାର ଅପରାହ୍ନରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଲୋକଙ୍କ ମଧ୍ୟରେ ବୋରବାଣ୍ଡାର ଜେଲାନି ନାମକ ଜଣେ ମହିଳା ଅଛନ୍ତି। ତେବେ ଏଥିରେ ମାଣିକାନ୍ତଙ୍କ ସମ୍ପୃକ୍ତି ଅସ୍ପଷ୍ଟ ରହିଛି

ଅଭିଯୁକ୍ତଙ୍କ ସହ ଆର୍ଥିକ ବିବାଦ ଯୋଗୁ ରାମୁଙ୍କ ପରିବାର ଏକ ବର୍ଷ ପୂର୍ବରୁ ତାଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର କରିଥିଲେ। ପ୍ରାୟ ବର୍ଷେ ହେବେ ରାମୁ ଓ ତାଙ୍କ ବନ୍ଧୁଙ୍କ ମଧ୍ୟରେ ମତଭେଦ ରହିଛି। ଏହାର କାରଣ  ଅଭିଯୁକ୍ତଙ୍କ ସହ ଆର୍ଥିକ ବିବାଦ ହେତୁ ରାମୁଙ୍କ ପରିବାର ଏକ ବର୍ଷ ପୂର୍ବେ ତାଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର କରିଥିଲେ। ତେବେ ତାଙ୍କୁ ହତ୍ୟା କରିବାର ଷଡଯନ୍ତ୍ର ବିଷୟରେ ଜାଣିବା ପରେ ରାମୁ ତାଙ୍କୁ ଆକ୍ରମଣ କରିଥିଲେ” ବୋଲି ରାମୁଙ୍କର ଜଣେ ସମ୍ପର୍କୀୟ କହିଛନ୍ତି।

Related Posts