ଇଣ୍ଡୋନେସିଆ : ଇଣ୍ଡୋନେସିଆର ଜାକାର୍ତ୍ତା ଇସଲାମିକ୍ ସେଣ୍ଟରରେ ଅଘଟଣ । ଘଟିଛି ଏକ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଖସିପଡ଼ିଲା ଗ୍ରାଣ୍ଡ ମସଜିଦର ବିରାଟ ଗମ୍ବୁଜ ।

ଗତକାଲି ଅର୍ଥାତ୍୧୯ ଅକ୍ଟୋବର ଦିନ ୩ଟା ବେଳେ ଏପିର ଅଘଟଣ ଘଟିଛି । ମସଜିଦ୍ ର ମରାମତି ବେଳେ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ପରେ ୧୦ଟି ଦମକଳ ଗାଡି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ଭିଡିଓ ଫୁଟେଜରେ ମସଜିଦ ଭୁଶୁଡ଼ିବା ପୂର୍ବରୁ ନିଆଁ ଓ ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

୨୦ ବର୍ଷ ତଳେ ଗମ୍ବୁଜର ମରାମତି ବେଳେ ଏପରି ନିଆଁ ଲାଗିଥିଲା । ଗମ୍ବୁଜରେ ନିଆଁ ଲାଗିବାର ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି