କଟକ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନଗ୍ନ ଚିତ୍ର, ଅଟୋ ଭିତରେ ମୋବାଇଲ୍‌ ଲାଇଟ୍‌ରେ ଚାଲିଛି ଚିକିତ୍ସା

ନିଆଳି : କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ବାସ୍ଥ୍ୟସେବା ର ନଗ୍ନ ଚିତ୍ର । ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ୍‌ ଲାଇଟ୍‌ରେ ଇଞ୍ଜେକ୍ସନ ଓ ସାଲାଇନ୍‌ ଦେଇ ଚାଲିଛି ଚିକିତ୍ସା । ଯାହାର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ନିଆଳି ପୂର୍ବ ଖଣ୍ଡ ବସ୍ତିର ଶେଖ -ସାଜିଦ ତାଙ୍କ ବାପାଙ୍କୁ ଚିକିତ୍ସା ନିମନ୍ତେ ମଙ୍ଗଳବାର ଦିନ ରାତି ୮.୩୦ରେ ନିଆଳି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ମାତ୍ର ଦୁଇଟି ବେଡ୍ ରହିଥିଲା । ତାହା କେବଳ ରୋଗୀଙ୍କ ପାଇଁ ବୋଲି କହିଥିଲେ । ଏହାପରେ ରୋଗୀଙ୍କୁ ଆଣିଥିବା ଅଟୋରେ ମୋବାଇଲ ଲାଇଟରେ ଇଞ୍ଜେକସନ ଓ ସାଲାଇନ ଲଗାଇ ଚିକିତ୍ସା କରିଥିଲେ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ।

ସେପଟେ ଏହି ଘଟଣାକୁ ନେଇ ରୋଗୀଙ୍କ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମେଡିକାଲ କର୍ତ୍ତୃପକ୍ଷ ଘଟଣାରେ ଦୁଃଖ ପ୍ରକାଶ କରିଛି । ଆଗକୁ ଏପରି ନକରିବାକୁ ଡାକ୍ତର ଓ ନର୍ସମାନଙ୍କୁ ତାଗିଦ୍‌ କରିଛନ୍ତି । ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ରୋଗୀ ସେବା ବାଧାପ୍ରାପ୍ତ ହେଉଥିବା କହିଛନ୍ତି କର୍ତ୍ତୃପକ୍ଷ

Related Posts