କେନ୍ଦୁଝରରେ ଘରୋଇ ପାଥୋ – ଲାବ୍ କୁ ଏକ ଲକ୍ଷ ଟଙ୍କା ଜୋରିମାନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା କଟକଣା ଉଲ୍ଲଙ୍ଘନ ହେତୁ କେନ୍ଦୁଝରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଟକଣା କଡାକଡି କରିବାକୁ ଏବେ ପ୍ରଶାସନ ଆକ୍ସନ ମୋଡ୍ କୁ ଫେରିଛି। କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଏକ ଘରୋଇ ପାଥୋ- ଲାବ୍ (ସାଇଦେବ ଡାଇଗୋଷ୍ଟିକ୍ ସେଣ୍ଟର)ରେ ପ୍ରଶାସନ ପକ୍ଷରୁ ଚଢ଼ଉ କରି ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । କଟକଣା ନମାନିଲେ ଲାବ୍ ସିଲ୍‌ କରିଦେବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି । ସୋମବାର ସାଇଦେବ ଡାଇଗୋଷ୍ଟିକ୍ ସେଣ୍ଟରରେ ସାମାଜିକ ଦୂରତ୍ବ ନିୟମ ନ ମାନି ପ୍ରବଳ ଭିଡ ଜମିଥିବା ନେଇ କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଡା.ମଧୁସ୍ମାତା ସାମନ୍ତରାୟ ଖବର ପାଇଥିଲେ। ଏହା ପରେ ଅପରାହ୍ନ ପ୍ରାୟ ୨ଟା ସମୟରେ ସେ ତାଙ୍କ ଟିମ୍ ନେଇ ଚଢ଼ଉ କରିଥିଲେ । ଆଗକୁ ସାମାଜିକ ଦୂରତ୍ବ ନିୟମ ଉଲ୍ଲଙ୍ଘନ ନକରି ବ୍ୟବସାୟ କରିବା ପାଇଁ ଲାବ୍ ମାଲିକ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଭବିଷ୍ୟତରେ କୋଭିଡ୍ ନିୟମ ଉଲ୍ଲଂଘନ କରନ୍ତି ତେବେ ସେଣ୍ଟରକୁ ସିଲ କରିଦିଆଯିବ ବୋଲି ନିର୍ବହୀ ଅଧିକାରୀ ଡା.ସାମନ୍ତରାୟ ଚେତାବନୀ ଦେଇଛନ୍ତି । ଗତକାଲି ଅର୍ଥାତ ସୋମବାର ରାଜ୍ୟରେ ୮,୯୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ୧୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। 

Related Posts