ମୁମ୍ବାଇ ସ୍ଥିତ କୁର୍ଲାର ନାଇକ୍ ନଗରରେ ଭୁଶୁଡିଲା ଚାରି ମହଲା କୋଠା

ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇ ସ୍ଥିତ କୁର୍ଲାର ନାଇକ୍ ନଗରରେ ଅଘଟଣ । ଭୁଶୁଡିପଡିଲା ଚାରି ମହଲା କୋଠା। ଫଳରେ ଏହି ଅଘଟଣରେ ଅନେକ ଲୋକ ଫସି ହୋଇ ରହିଛନ୍ତି । ପୋଲିସ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନାନୁସାରେ, ସୋମବାର ରାତିରେ ନାଇକ୍ ନଗରରେ ଥିବା ଏକ କୋଠା ଭୁଶୁଡି ପଡିଥିଲା । ତେବେ କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରାୟ ୨୦ରୁ ୨୫ ଜଣ ଲୋକ ମାଟି ତଳେ ଚାପି ହୋଇଥିବା ସନ୍ଦେହ କରାଯାଉଛି ।

ତେବେ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରୁ ୭ ଜଣଙ୍କୁ ଉଦ୍ଧାର କରିସାରିଛନ୍ତି। ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅନେକ ଦିନ ଧରି ଏହି ୪ ମହଲା କୋଠାଟି ବିପଦଶଙ୍କୁଳ ଅବସ୍ଥାରେ ଥିଲା । ଖୁବଶୀଘ୍ର କୋଠା ଖାଲି କରିବାକୁ ବିଏମ୍ ସି ପକ୍ଷରୁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଲୋକେ ପୁରୁଣା ତଥା ଅସୁରକ୍ଷିତ କୋଠା ଛାଡ଼ି ନଥିଲେ ।

Related Posts