ମୁମ୍ୱାଇ ଗିରଗାଓଁର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୪ ଟି ଗାଡ଼ି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦକ୍ଷିଣ ମୁମ୍ୱାଇର ଏକ ଗୋଦାମ ଘରେ ବୁଧବାର ମଧ୍ୟରାତ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। ସେହି ଗୋଦାମ ଭିତରେ ବାଉଁଶ ସହିତ ଅନ୍ୟାନ୍ୟ ସାମଗ୍ରୀ ରହିଥିବା ବେଳେ ଏହା ପାଖରେ ୧୪ଟି ଗାଡ଼ି ପାର୍କିଂ କରାଯାଇଥିଲା। ଏହି ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇନଥିବା ଜଣେ ଅଧିକାରୀ କହିଛନ୍ତି।

ଗିରଗାଓଁର ଅଙ୍କୁରୱାଡ଼ି ଅଞ୍ଚଳରେ ଥିବା ଏକ ଗୋଦାମରେ ଏହି ଭୟାବହ ଅଗ୍ନିକାଣ୍ଡ ହୋଇଛି। ଗୋଦାମର ଗ୍ରାଉଣ୍ଡ ଫ୍ଲୋରରେ ରେକ୍ସିନ, ଫୋମ୍, ବାଉଁଶ ଓ ଅନ୍ୟାନ୍ୟ ଜିନିଷ ରହୁଥିଲା। ଅଗ୍ନିକାଣ୍ଡ କାରଣରୁ ଗୋଦାମର ଗ୍ରାଉଣ୍ଡଫ୍ଲୋର୍ ପୁରା ଭୁଷୁଡ଼ି ପଡ଼ିଛି ବୋଲି ଅଧିକାରୀ କହିଛନ୍ତି।

ଅଗ୍ନିକାଣ୍ଡରେ ୬ଟି ୪ଚକିଆ ଗାଡ଼ି ଏବଂ ୮ଟି ୨ ଚକିଆ ଗାଡ଼ି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ନିଆଁ ଲାଗିବା ମାତ୍ରେ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା। ସେମାନେ ପହଞ୍ଚି ରାତି ୩ଟା ପର୍ଯ୍ୟନ୍ତ ବହୁ ପ୍ରୟାଶ କରି ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ କିପରି ଗୋଦାମର ଗ୍ରାଉଣ୍ଡ ଫ୍ଲୋର୍ରେ ନିଆଁ ଲାଗିଲା ତାର କାରଣ ସ୍ପଷ୍ଟ ହୋଇନି।

Related Posts