ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ଚିଲିକାରେ ବୁଡ଼ିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ପିକ ଅପ୍ ଭ୍ୟାନ୍ । କୃଷ୍ଣପ୍ରସାଦ ନିକଟ ଜହ୍ନିକୁଦା ଘାଟରେ ଚିଲିକା ଭିତରକୁ ଭାସିଗଲା ଭ୍ୟାନ୍ । ପିକ ଅପ୍ ଭ୍ୟାନରେ ମୋଟ ୭୨ ଟି ସିଲିଣ୍ଡର ରହିଥିଲା ବୋଲି ଜଣାପଡିଛି । ଗ୍ୟାସ ସିଲିଣ୍ଡର ଗୁଡିକ କୃଷ୍ଣପ୍ରସାଦର ଜହ୍ନିକୁଦାରୁ ମହିସା ବ୍ରହ୍ମପୁରକୁ ଯାଉଥିଲା । ବ୍ରହ୍ମପୁର ଗାଁର ଏକ ଡ଼ଙ୍ଗା ଜହ୍ନିକୁଦାଠାରୁ ୭୨ଟି ସିଲିଣ୍ଡର ନେବା ପାଇଁ ଜହ୍ନିକୁଦା ଗାଁରେ ପହଞ୍ଚିଥିଲା ।

ଜହ୍ନିକୁଦା ଘାଟରେ ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ିରୁ ଡ଼ଙ୍ଗାକୁ ଲୋଡ କରୁଥିବା ବେଳେ ଗାଡ଼ି କୌଣସି କାରଣ ବଶତଃ ପଛୁଆ ଗଡିଯାଇ ଡ଼ଙ୍ଗାରେ ପିଟି ହୋଇଥିଲା । ଫଳରେ ଭାରସ୍ୟମ ହରାଇ ଉଭୟ ଗାଡ଼ି ଓ ଡ଼ଙ୍ଗା ଚିଲିକାରେ ବୁଡ଼ି ଯାଇଥିଲା । ଡ଼ଙ୍ଗା ଓ ଗାଡ଼ି ସହ ସିଲିଣ୍ଡରକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।