ଵେଙ୍ଗାଲୁରୁ ଶ୍ମଶାନ ଘାଟ ରେ ଲାଗିଲା ହାଉସଫୁଲ ଵୋର୍ଡ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ଭାଇରସ ମୃତ୍ୟୁର ତାଣ୍ଡବ ରଚିଥିବା  ବେଳେ ଶେଷରେ  ଶ୍ମଶାନ ଘାଟ ରେ ଲାଗିଲା ହାଉସଫୁଲ ଵୋର୍ଡ । ଏଭଳି  ଏକ ଦୃଶ୍ୟ ଦେଖିବାକୁ  ମିଳିଛି ବେଙ୍ଗାଲୁରୁର ଚାମରାଜପେଟ ନାମକ  ଏକ ଶବଦାହ ସ୍ଥାନରେ । କରୋନା ରେ  ମୃତ ବୃଦ୍ଧି ଘଟିବାରୁ ପରିବାରଗୁଡିକ ନିଜ ପ୍ରିୟଜନଙ୍କ ଶବଦାହ କରିବା ପାଇଁ ଜାଗା ମିଳୁନାହିଁ । କାରଣ ଶବଦାହ ପାଇଁ ଶରୀର ଗଦା ହୋଇ ପଡି ରହିଛି ଏବଂ ଅନେକ ଶ୍ମଶାନ ସ୍ଥାନର ଅଭାବ ଦେଖାଦେଇଛି ।  ଏହିପରି ଗୋଟିଏ ଘଟଣାରେ ବେଙ୍ଗାଲୁରୁର ଚାମରାଜପେଟରେ ଏକ ଶବଦାହ ସ୍ଥାନ ଫାଟକରେ  ‘ହାଉସ୍ଫୁଲ୍’ ବୋର୍ଡ ଲଗାଯାଇଛି । ଶବଦାହ ପାଇଁ ପ୍ରତିଦିନ ଅତି କମରେ ୨୦ ଟି ଶବଦାହ କରାଯିବ  ଓ ୨୦ ରୁ ଅଧିକ  ଶବଦାହ କରାଯିବନାହିଁ  ଵୋଲି ଏକ ବୋର୍ଡ ଲଗାଇ କହିଛନ୍ତି ।  ସହରରେ ୧୩ ଟି ଇଲେକ୍ଟ୍ରିକ ଶ୍ମଶାନ ଅଛି । ପରେ ‘ହାଉସଫୁଲ୍’ ବୋର୍ଡକୁ ଶବଦାହର ଫାଟକରୁ ହଟାଇ ଦିଆଯାଇଥିଲା । ସ୍ଥାନୀୟ ବାସିନ୍ଦା ଗଣେଶ କହିଛନ୍ତି ଯେ ସାଇନ୍ ବୋର୍ଡ ଗେଟ୍ ଉପରେ ରଖାଯାଇଥିଲା କିନ୍ତୁ ପରେ ଯେତେବେଳେ ଲୋକମାନେ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିବା ଆରମ୍ଭ କଲେ ସାଇନ୍ ବୋର୍ଡ ହଟାଗଲା। ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେତୁ କର୍ଣ୍ଣାଟକ ସରକାରଙ୍କ ରାଜସ୍ୱ ବିଭାଗ ଶବଦାହ ପାଇଁ ୨୩୦ ଏକର ଜମି ଆବଣ୍ଟନ କରିଛନ୍ତି ।  ମିଡି  ଆଗ୍ରାହାରା ବିବିଏମପି ଶବଦାହ, ସୁମନାହଲ୍ଲୀ ଶବଦାହ, ଚାମରାଜାନଗର ଶବଦାହ, ୱିଲସନ ଗାର୍ଡେନ ଶବଦାହ, ହେବଲ ଶବଦାହ  ଦିନକୁ ୨୦ ରୁ ଅଧିକ ଶବ ଗ୍ରହଣ କରୁଛନ୍ତି ଯାହା ଶବଦାହ ପାଇଁ ଏକ ସମସ୍ୟା ସୃଷ୍ଟି କରୁଛି।

Related Posts