କୋଭିଡ୍ ରେ କ୍ରିକେଟ ରିପୋର୍ଟର ରୂଚିର ମିଶ୍ରାଙ୍କ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କ୍ରିକେଟ୍ ସାମ୍ବାଦିକ ରୂଚିର ମିଶ୍ର 42 ବର୍ଷ ବୟସରେ କରୋନାରେ ପ୍ରାଣ ହରାଇଛନ୍ତି । ରୂଚିର ନାଗପୁରରେ ଏକ ଜାତୀୟ ଦୈନିକ ପାଇଁ କାମ କରୁଥିଲେ।  ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ପ୍ରଶିକ୍ଷକ ୱାସିମ ଜାଫର ତାଙ୍କ ଦେହାନ୍ତରେ ସମବେଦନା ଜଣାଇ ଟ୍ୱିଟ କରି କହିଛନ୍ତି, “ମୁଁ ଯାହା ଶୁଣିଛି ତାହା ବିଶ୍ବାସ କରିବାକୁ ଚାହୁଁ ନାହିଁ। ରୂଚିର ମିଶ୍ର ଆଉ ନାହାଁନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ। ସେ ନାଗପୁରର ଜଣେ ଭଲ ସାମ୍ବାଦିକ ଥିଲେ।” 

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ସହ ତାଙ୍କ ପତ୍ନୀ ଏବଂ ଭାଇ ମଧ୍ୟ କିଛି ଦିନ ପୂର୍ବରୁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩,୫୭,୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୦୨,୮୨,୮୩୩କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ କରୋନା ୩୪୪୯ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏବେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୨୨, ୪୦୮ରେ ପହଞ୍ଚି ଯାଇଛି।

Related Posts