ସମ୍ପୂର୍ଣ୍ଣ ଲକଡାଉନ ହିଁ କୋଭିଡ ରୋକିବାର ଏକମାତ୍ର ରାସ୍ତା : ରାହୁଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଭାରତରେ କରୋନା ମହାମାରୀ ଦିନକୁ ଦିନ କାୟା ବିସ୍ତାର କରୁଛି। ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସୂଚାଇ ଦେଇଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ କରୋନା ମହାମାରୀର ମୁକାବିଲା କରିବାରେ ସକ୍ଷମ ହେବ ନାହିଁ। ସେ ଟୁଇଟ କରି କହିଛନ୍ତି ” ଭାରତ ସରକାର ଏହା ବୁଝିପାରୁ ନାହାନ୍ତି । କରୋନା ବିସ୍ତାରକୁ ରୋକିବାର ଏକମାତ୍ର ଉପାୟ ହେଉଛି ସମ୍ପୂର୍ଣ୍ଣ ଲକଡାଉନ୍ । ଦୁର୍ବଳ ଆର୍ଥିକ ସ୍ଥିତି ଥିବା ଲୋକଙ୍କ ପାଇଁ “NYAY”ର ବ୍ୟବସ୍ଥା ହେଉ । ” ଶ୍ରୀ ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ଭାରତ ସରକାରଙ୍କର ନିଷ୍କ୍ରିୟତା ଅନେକ ନିରୀହ ଲୋକଙ୍କୁ ହତ୍ୟା କରୁଛି। ”

କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ 2019 ସାଧାରଣ ନିର୍ବାଚନ ଇସ୍ତାହାରରେ NYAY (ସର୍ବନିମ୍ନ ଆୟ ଯୋଜନା) ପ୍ରସ୍ତାବ ଦେଇଥିଲା। ଅର୍ଥନୈତିକ ସ୍ତରର ନିମ୍ନ 20 ପ୍ରତିଶତ ପରିବାରକୁ ବର୍ଷକୁ ସର୍ବନିମ୍ନ 72,000 ଟଙ୍କା ଗ୍ୟାରେଣ୍ଟି ଆୟ ବୋଲି ପ୍ରତିଶୃତି ଦେଇଥିଲେ । ଗତ ମାସରେ କେରଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ  ରାହୁଲ ଗାନ୍ଧୀ କହିଥିଲେ ଯେ, ​​ଯଦି ଦଳ କ୍ଷମତାକୁ ଆସିବ ତେବେ ସେଠାରେ ଏହି ଯୋଜନାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ।  ଗତ ସପ୍ତାହରେ ଶ୍ରୀ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ କରୋନାର ଦ୍ବିତୀୟ ଲହରରେ ଭାରତରେ ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ମଧ୍ୟ ସରକାରଙ୍କ ଉତ୍ତରଦାୟିତ୍ୱ ନାହିଁ। ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ୩,୫୭,୨୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୦୨,୮୨,୮୩୩କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟାରେ କରୋନା ୩୪୪୯ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏବେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୨୨, ୪୦୮ରେ ପହଞ୍ଚି ଯାଇଛି।

Related Posts