ଉପରମୁଣ୍ଡରେ କମିଛି ବର୍ଷା: ସେପଟେ କମୁଛି ହୀରାକୁଦର ଜଳସ୍ତର

ସମ୍ବଲପୁର : ଖୁସି ଖବର । ଉପରମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧିରେ ଧିରେ କମିବା ଆରମ୍ଭ କରିଛି । ଏବେ ହୀରାକୁଦରେ ୬୨୧.୦୨ ଫୁଟ୍‌ ପାଣି ରହିଛି । ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ବନ୍ୟା ନିଷ୍କାସନ ଜାରି ରହିଛି ।

ସେହିପରି ପ୍ରତି ସେକେଣ୍ଟରେ ୨.୧୬ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୩.୫୪ ଲକ୍ଷ କ୍ୟୁସେକ୍‌ ଜଳ ବାହାରୁଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି ।

ସୂଚନାଯୋଗ୍ୟ ଯେ, ଉପର ଓ ତଳମୁଣ୍ଡରେ ଲଗାତର ବର୍ଷା ଲାଗି ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଥିଲା । ଯାହାଫଳରେ ହୀରାକୁଦରେ ୪୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ଏତେ ପରିମାଣରେ ହୀରାକୁଦରେ ପାଣି ନିଷ୍କାସନ ହେବା ଦ୍ୱାରା ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳରେ ବନ୍ୟା ଜଳ ପଶିଛି । ଯାହାଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେବି ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାର କିଛି ଲୋକେମାନେ ପାଣି ଘେରରେ ଅଛନ୍ତି ।

Related Posts