ଆଜି ଭାରତ ଓ ଜିମ୍ବାଓ୍ୱେ ମଧ୍ୟରେ ଦ୍ଵିତୀୟ ଦିନିକିଆ: ମୁକାବିଲାରେ ସିରିଜକୁ ଆଗୁଆ କବଜା କରିବା ଲକ୍ଷ୍ୟରେ ଭାରତୀୟ ଟିମ୍

ନୂଆଦିଲ୍ଲୀ : ଆଜି ଭାରତ ଓ ଜିମ୍ବାଓ୍ୱେ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ ସିରିଜ । ହରାରେରେ ଆୟୋଜିତ ହେବ ଏହି ମୁକାବିଲା । ଏଥିରେ ଭାରତ ବିଜୟ ଲାଭ କରି ସିରିଜକୁ ଆଗୁଆ କବଜା କରିବା ଲକ୍ଷ୍ୟରେ ରହିଥିବା ବେଳେ, କାରଣ ଦଳ ପ୍ରଥମ ମୁକାବିଲାକୁ ୧୦ ଓ୍ୱିକେଟରେ ଜିତିବା ପରେ ଆତ୍ମବିଶ୍ୱାସ ଭରପୁର ରହିଛି । ଏବେ କେଏଲ ରାହୁଲଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ମ୍ୟାଚରେ ମଧ୍ୟ ସଫଳତା ଦୋହରାଇବାକୁ ପ୍ରୟାସ କରିବ ।

ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ ଭାରତ

ଦ୍ୱିତୀୟ ଦିନିକିଆରେ ଯଦି ଭାରତ ଟସ୍ ଜିତେ ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବ । ହରାରେ ପିଚରେ ପ୍ରଥମେ ବଲ୍ ବାଉନ୍ସ ରହିବ କିନ୍ତୁ ପରେ ଏହା ବ୍ୟାଟରଙ୍କୁ ସୁହାଇବ । ଫଳରେ ବଡ ସ୍କୋର ହୋଇପାରେ । ଜିମ୍ବାଓ୍ୱେ ଟିମରେ ଭଲ ବୋଲର ନଥିଲେ ବି ମ୍ୟାଚର ପ୍ରଥମାର୍ଦ୍ଧରେ ସେମାନେ ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇପାରନ୍ତି ।

ଭାରତୀୟ ବୋଲର ଦୀପକ ଚହର ପ୍ରଥମ ମ୍ୟାଚ୍ ପରେ କହିଥିଲେ ଯେ, ମ୍ୟାଚର ଦ୍ୱିତୀୟ ଇନିଂସରେ ବୋଲରଙ୍କୁ ଫାଇଦା ମିଳେନାହିଁ । ମ୍ୟାଚରେ ଓପନିଂ ଯୋଡିରେ ଆସିଥିବା ଶିଖର ଧାଓ୍ୱନ ଓ ଶୁଭମନ ଗିଲ୍ ଦମଦାର ବ୍ୟାଟିଂ କରି ଅପରାଜେୟ ରହିଥିଲେ । ଦଳକୁ ୧୦ ଓ୍ୱିକେଟରେ ବିଜୟ ପ୍ରଦାନ କରିଥିଲେ ।

ଭାରତର ଦମଦାର ବୋଲିଂ

ପ୍ରଥମ ଦିନିକିଆରେ ବୋଲର ଦୀପକ ଚହର ଲଗାତର ୭ ଓଭର ବୋଲିଂ କରିଥିଲେ । ଯାହା ଦଳ ପାଇଁ ଭଲ ସଙ୍କେତ । ସେହିପରି ପ୍ରସିଦ୍ଧ କୃଷ୍ଣା ଓ ଅକ୍ଷର ପଟେଲ ମଧ୍ୟ ଦମଦାର ଫର୍ମ ପ୍ରଦର୍ଶନ କରିଥିଲେ । ତାଙ୍କ ବ୍ୟତୀତ ଚାଇନା ମ୍ୟାନ୍ କୁଲଦୀପ ଯାଦବ ଓ ମହମ୍ମଦ ସିଜା ମଧ୍ୟ ଜିମ୍ବାଓ୍ୱେ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ ।

Related Posts