ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଆସନ୍ତା ୧୬ ତାରିଖରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର : ଆସନ୍ତା ୧୬ ତାରିଖରେ ସୃଷ୍ଟି ହେବ ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ଓ ଏହା କେତେ ଘନୀଭୂତ ହେବ, ସେନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳି ପାରିନାହିଁ। ଅପରପକ୍ଷେ ଆସନ୍ତା ୩ରୁ ୪ଦିନ ଭିତରେ ରାଜ୍ୟର ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ତଳକୁ ଖସିବ ବୋଲି ଜଣାପଡ଼ିଛି।

ଶନିବାର ଦିନ ୪ସହରର ତାପମାତ୍ରା ୧୩ ଡିଗ୍ରି ପାଖାପାଖି ରହିଥିବା ବେଳେ ଦାରିଙ୍ଗବାଡ଼ି ଓ କୋରାପୁଟରେ ସର୍ବନିମ୍ନ ୧୩ ଡିଗ୍ରି ଏବଂ ବୌଦ୍ଧ ଓ ଫୁଲବାଣୀରେ ୧୩.୫ ଡିଗ୍ରି ରେକର୍ଡ କରାଯାଇଛି। ୨ ଦିନ ପରେ ଏହି ପାରଦ ଆହୁରି ଖସିବ ଓ ରାଜ୍ୟରେ ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Related Posts