ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ର ମୃତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ର ମୃତ । ମୃତ ଛାତ୍ରଙ୍କ ଜଣଙ୍କ ହରିୟାଣାର ହୋଇଥିବା ବେଳେ ତାଙ୍କ ନାଁ ନିଶାନ୍ତ କୁମାର ବୋଲି ଜଣାପଡିଛି। ସେପଟେ ଆଜି ଅପରାହ୍ନ ସମୟରେ ଭୀମଭୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ନିଶାନ୍ତ କୁମାାର ହଷ୍ଟେଲରେ ମଧ୍ୟାହ୍ନ ଭୋଜନ କରିଥିଲେ। ଅନ୍ୟ ଦିନ ଭଳି ସାଙ୍ଗସାଥୀଙ୍କ ସହିତ ମଧ୍ୟାହ୍ନ ଭୋଜନ କରିଥିଲେ। କିନ୍ତୁ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ମୃତକ ହରିୟାଣାର ନିବାସୀ ଥିଲେ ଏବଂ ମେଡିକାଲ କଲେଜର ନ୍ୟୁ ଏବଜ୍‌ ହଷ୍ଟେଲରେ ରହୁଥିଲେ।

ତେବେ ମଧ୍ୟାହ୍ନ ଭୋଜନ ପରେ ଛାତ ଉପରକୁ କାହିଁକି ଯାଇଥିଲେ। ସେ ଯେତ‌େବେଳେ ଛାତ ଉପରକୁ ଯାଇଥିଲେ, ଅନ୍ୟମାନେ କେମିତି ଜାଣିପାରିଲେ ନାହିଁ, ଏବାବଦରେ ରିପୋର୍ଟ ଲେଖାଯିବା ବେଳକୁ ଜଣାପଡ଼ି ପାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts