ନୂଆପଡ଼ାରେ ବିଷଧର ସାପ କାମୁଡ଼ାରେ ମା’ ଓ ଝିଅ ମୃତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ାରେ ବିଷଧର ସାପ କାମୁଡ଼ାରେ ମା’ ଓ ଝିଅଙ୍କର ମୃତ୍ୟୁ ଘଟିଛି । ମୃତ ଝିଅର ବୟସ ପ୍ରାୟ ୧୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଏଭଳି ଏକ ଦୁଃଖଦ ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଦେଖିବାକୁ ମିିଳିଛି । ତେବେ ମା ଓ ନାବାଳିକା ଝିଅ ରାତିରେ ଖାଇ ଶୋଇବାକୁ ଯାଇଥିଲେ । ଉଭୟ ଘରେ ଶୋଇଥିବା ବେଳେ ନାବାଳିକା ଝିଅକୁ ସାପ କାମୁଡିଥିଲା । ଏହାଦେଖି ମାଆ ସାପକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ସାପଟି ଓଲଟା ମାଆଙ୍କୁ ଚୋଟ ମାରିଥିଲା । ଯାହାଫଳରେ ମାଆ ଓ ଝିଅ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥାରେ ଗୁରୁତର ଥିବାରୁ ବୁର୍ଲା ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ ଅଧାରାସ୍ତାରେ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts